ଓଡ଼ିଆ ନ୍ୟୁଜ୍: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୋଲିସ ଏନ୍କାଉଣ୍ଟରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି।ମୃତ୍ୟବରଣ କରିଥିବା ୨ ମାଓବାଦୀ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କନ୍ଧମାଳ ଜିଲାରେ ସକ୍ରିୟ ଥିବା ମାଓବାଦୀ ଗୃପର ମଙ୍କୁ ACM କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ପ୍ରାରମ୍ଭିକ ସୂଚନା ପାଇଛି।
ଘଟଣା ପରେ ସମ୍ପୂକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି।ମିଳିଥିବା ସୂଚନା ମୁତାବକ, ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା। ଏନେଇ କନ୍ଧମାଳ ଏସ୍ପି ହରିଶ ବି.ସି.ଙ୍କ ନିର୍ଦ୍ଦେଶ କ୍ରମେ ଡିଭିଏଫ ଯବାନଙ୍କ ଏକ ଟିମ୍ ସମ୍ପୂକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ।