ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ୧୦ ମାଓବାଦୀ ନିପାତ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ।ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ।ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ ସୂଚନା। ଓଡ଼ିଶା ପୋଲିସ ପାଇଁ ମଧ୍ୟ ମୋଷ୍ଟ ୱାଣ୍ଟେଡ୍ ଥିଲା। କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (KKBN) ପାଇଁ କାମ କରୁଥିଲା।
ମୋଡେମ ବାଲକ୍ରୀଷ୍ଣା ଏକାଧିକ ନାମରେ ଜଣାଶୁଣା। ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ସେ ପରିଚିତ। ତେଲେଙ୍ଗାନାର ହାଇଦ୍ରାବାଦ୍ ନିବାସୀ ମେଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ରହିଥିଲା। କେନ୍ଦ୍ରୀୟ କମିଟି ଓ ସେଣ୍ଟ୍ରାଲ ରିଜିଓନାଲ ବ୍ଯୁରୋ ସଦସ୍ଯ ଥିଲା। ଓଡ଼ିଶା ରାଜ୍ଯ କମିଟିର ମୁଖ୍ଯ ଥିଲା। ଓଡ଼ିଶା-ଛତିଶଗଡ଼ ସୀମାରେ ସକ୍ରିୟ ଥିଲା। ତା ନାଁରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ପୁରସ୍କାର ଥିଲା। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ ଅଂଚଳରେ ସକ୍ରିୟ ଥିଲା।
ଗରିଆବନ୍ଧ ଜିଲ୍ଲାର ମେନପୁର ଅଂଚଳରେ ଆଜି ନକ୍ସଲ ଏବଂ ପୁଲିସ ମଧ୍ୟରେ ଘୁଳିବିନିମୟ ଘଟିଥିଲା। ଏହି ଏହି ଗୁଳିବିନିମୟରେ ୧୦ ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି। ତେବେ ଏହାକୁ ବଡ ଏନକାଉଣ୍ଟର ବୋଲି ପୁଲିସ କହିଛି। କାରଣ ଏହି ଏନକାଉଣ୍ଟରରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ମେମ୍ବର ମନୋଜ ଅରଫ ବାଲକ୍ରୀଷ୍ଣା ଅରଫ ମେଡମ ନିହତ ହୋଇଛି।