ଓଡ଼ିଆ ନ୍ୟୁଜ୍: ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଏଠାରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି।ମାଓବାଦୀମାନେ ପେରମପଲ୍ଲୀ ଗ୍ରାମର ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପେରମପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର କାବାସି ହୁଙ୍ଗା ନାମକ ବ୍ୟକ୍ତିକୁ ଖୋଜିଥିଲେ।
ଘର ପାଇବା ପରେ ଘରୁ କାବାସି ହୁଙ୍ଗାକୁ ଟାଣିଟାଣି ଜଂଗଲ ଭିତରକୁ ନେଇ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଗ୍ରାମବାସୀ ଜଂଗଲରୁ କାବାସି ହୁଙ୍ଗାଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ସୂଚନା ପ୍ରଦାନ କରିଥିଲେ। କାବାସୀ ହୁଙ୍ଗାକୁ ନକ୍ସଲ ପୁଲିସ ଇନଫର୍ମର କହି ତାଙ୍କୁ ଅପହରଣ କରିନେଇ ଜଂଗଲରେ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ଶବକୁ ଜଂଗଲ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଦୁର୍ଗମ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି।