ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତକଙ୍କ ମଧ୍ୟରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟ ଅଛନ୍ତି । ପାମେଡ ଥାନା ଅନ୍ତର୍ଗତ ଯମପୁରମ ଗାଁରେ ମାଓବାଦୀ ମାନେ ଏହି ହତ୍ୟାକାଣ୍ଡ କରିଛନ୍ତି ।ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନକ୍ସଲମାନେ ହତ୍ୟା କରିଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ଗତକାଲି ରାତିରେ ୧୫ ରୁ ୨୦ ଜଣ ମାଓବାଦୀ ଯମପୁରମ ଗାଁରେ ପହଞ୍ଚି ଏହି ହତ୍ୟାକାଣ୍ଡ କରିଥିଲେ । ହିଂସା କାଣ୍ଡ କରିଥିବା ମାଓବାଦୀଙ୍କୁ ଉଚିତ୍ ଜବାବ ଦେବା ଲାଗି ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ।