୨୨ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ୨୨ ମାଓବାଦୀଙ୍କ ଆତ୍ମସମର୍ପଣ। ସୀମାନ୍ତ ଛତିଶଗଡର ନାରାୟଣପୁର ପୁଲିସକୁ ମିଳିଛି ବଡ ସଫଳତା। ଏସିପିଙ୍କ ସମ୍ମୁଖରେ ୨୨ ଜଣ ନକ୍ସଲ ଆତ୍ସମର୍ପଣ କରିଛନ୍ତି। ସମସ୍ତ ନକ୍ସଲ ଆବୁଝମାଡ ଅଂଚଳରେ ସକ୍ରିୟ ଥିଲେ। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ କିଛି ତେଲନାର, ଆମଦାଇ ଏବଂ କୁତୁର ଏରିଆ କମିଟିର ରହିଥିବା ପୁଲିସ କହିଛି।

ସମସ୍ତ ୨୨ ଜଣ ନକ୍ସଲ ନାମରେ ସରକାର ୩୭ ଲକ୍ଷ ୫୦ ହଜାର ଟଂକା ପୁରସ୍କାର ଘୋଷଣା କରିଥିଲେ।ଲଗାତାର ପୁଲିସର ଅପରେସନ ଏବଂ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବବିତ ହୋଇଥିବା ଏହି ନକ୍ସଲମାନେ ପୁଲିସ ନିକଟରେ କହିଥିଲେ। ଜଂଗଲରେ ରହି ନିଜର ଜୀବନକୁ ଛାର କରିଥିବା ଏମାନେ କହିଥିଲେ। ହିଂସାକୁ ସମର୍ଥନ କରି ଏମାନେ ବଡ ଭୁଲ କରିଥିବା ସ୍ବୀକାର କରିଥିଲେ।

Leave A Reply

Your email address will not be published.