ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତାକାଲି ଠାରୁ ଅଗଷ୍ଟ ୩ ଯାଏ ସହିଦ ସପ୍ତାହ ପାଳିବେ ମାଓବାଦୀ। ଏନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ଼ ଅନ୍ତର୍ଗତ ପାରସାଲିରେ ତିନିଟି ପୋଷ୍ଟର ଓ ଗୋଟିଏ ବ୍ୟାନର ଲଗାଇଛି ଲାଲବାହିନୀ । ସିପିଆଇ ମାଓବାଦୀ ବାଂଶଧରା ଘୁମୁସର ନାଗାବଳୀ ଡିଭିଜନ (ବାଘୁନା) ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପ୍ରତିବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ପୋଷ୍ଟର ଓ ବ୍ୟାନରରେ ଆହ୍ୱାନ ଦେଇଛି ଲାଲବାହିନୀ ।
ପୋଷ୍ଟରରେ ନିୟମଗିରି ପାହାଡ଼ ସୁରକ୍ଷା ପାଇଁ ଲଢ଼ୁଥିବା ସିପିଆଇ ମାଓବାଦୀ ସହିଦ ହୋଇଥିବାରୁ ଜନ ସଚେତନତା ସୃଷ୍ଟି ଓ ମାଓ ସଂଗଠନରେ ଯୋଗ ଦେବା ପାଇଁ ମାଓବାଦୀ ନିବେଦନ କରିଛନ୍ତି । ୩ଟି ପୋଷ୍ଟର ଆମ୍ବ ଗଛରେ ଓ ବ୍ୟାନର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଫାଟକରେ ଲାଗିଥିବା ଦେଖିବାକୁ ମିଳିଛି ।