ଓଡ଼ିଆ ନ୍ୟୁଜ୍: ଘୋଷଣା ହୋଇଛି ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଏଥିପାଇଁ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମଚାଡ଼ୋଙ୍କୁ ଚୟନ କରାଯାଇଛି । ଦେଶର ସତ୍ତାବାଦୀ ତଥା ଏକଛତ୍ରବାଦୀ ସତ୍ତା ବିରୋଧରେ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ଲୌହ ମହିଳା ହେଉଛନ୍ତି ମାରିଆ । ଭେନେଜୁଏଲାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସବୁବେଳେ ସ୍ବର ଉଠାଇଆସୁଛନ୍ତି ମାରିଆ ।
ତାଙ୍କୁ ଏହି ଶ୍ରେଷ୍ଠ ସମ୍ମାନ ଘୋଷଣା କରାଯିବା ଭେନେଜୁଏଲାର ନାଗରିକଙ୍କ ପାଇଁ ଖୋରାକ୍ ଯୋଗାଇବ ବୋଲି କୁହାଯାଉଛି । ସତ୍ତାଧାରୀ ଶାସକ ବିରୋଧରେ ଲଢ଼ୁଥିବାରୁ ମାରିୟାଙ୍କୁ ଅନେକ ଆଇନଗତ ବନ୍ଧନ ଭିତରେ ରଖାଯାଇଛି । ଏପରିକି ସେ ଲୁଚି ରହିବା ଭଳି ସ୍ଥିତି ମଧ୍ୟ ଉପୁଜିଛି। କିନ୍ତୁ ଏହାକୁ ଖାତିର ନକରି ଲୋକଙ୍କ ଅଧିକାର ପାଇଁ ଲଢ଼ିଛନ୍ତି ସେ ।
ଏହି ବର୍ଷ ଚାରୋଟି ନୋବେଲ ପୁରସ୍କାର ଘୋଷଣା ହୋଇସାରିଛି, କିନ୍ତୁ ବିଶ୍ୱର ଧ୍ୟାନ କିଏ ନୋବେଲ ଶାନ୍ତି ପୁରସ୍କାର ପାଇବ ତାହା ଉପରେ କେନ୍ଦ୍ରିତ ଥିଲା। ଏହା ମୁଖ୍ୟତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପୁରସ୍କାର ପାଇଁ ଅଟଳ ପ୍ରୟାସ ଯୋଗୁଁ ହୋଇଥିଲା । ସେ ଏଥିପାଇଁ ବିଭିନ୍ନ ଦେଶ ଉପରେ ଚାପ ମଧ୍ୟ ପକାଉଥିଲେ ।