ପୁରୁଣା ଭୁବନେଶ୍ୱରର ନୀଳକଣ୍ଠେଶ୍ୱର ମନ୍ଦିରରେ ଆୟୋଜିତ ହେଲା ସମୂହ ଵ୍ରତୋପନୟନ, ୧୬ଟି ଗରିବ ବ୍ରାହ୍ମଣ ପରିବାରର ସୁପୁତ୍ରଙ୍କୁ ବ୍ରତ କରାଗଲା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୀର୍ଘ ୧୧ ବର୍ଷ ଧରି ପୁରୁଣା ଭୁବନେଶ୍ୱର ବିନ୍ଦୁସାଗର ର ପଶ୍ଚିମ ପାଖରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ସମୂହ ଵ୍ରତପୋନୟନ ଅନୁଷ୍ଠିତ ହୋଇଆସୁଅଛି।ଏ ପର୍ଯ୍ୟନ୍ତ ପାଖାପାଖି ୩୫୦ ଗରିବ ବ୍ରାହ୍ମଣ ପିଲା ବ୍ରତ ହୋଇସାରିଛନ୍ତି।ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ସମସ୍ତ ଖର୍ଚ୍ଚ ବହନ କରିଆସୁଛି।
ସେହିପରି ଚଳିତ ବର୍ଷ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଙ୍କ ନିଷ୍ପତି କ୍ରମେ ଆଜି ମନ୍ଦିର ପରିସରରେ ସବୁ ରୀତିନୀତି ଅନୁସାରେ ସମୂହ ବ୍ରତୋପନୟନ ଅନୁଷ୍ଠିତ ହୋଇଅଛି।ଏଥିରେ ଭୁବନେଶ୍ୱର ଏବଂ ଏହାର ଆଖ ପାଖ ଅଞ୍ଚଳର ୧୬ ଟି ଗରିବ ବ୍ରାହ୍ମଣ ପରିବାରର ସୁପୁତ୍ର ମାନଙ୍କୁ ବ୍ରତ କରାଯାଇଥିଲା।ସମସ୍ତ ଖର୍ଚ୍ଚ ଅନୁଷ୍ଠାନ ବହନ କରିଛି। ଏହି ଅବସରରେ କିଛିଦିନ ତଳେ ଅକାଳ ମୃତ୍ୟୁ ବରଣ କରିଥିବା ପୁରୁଣା ଭୁବନେଶ୍ୱରର ବିଶିଷ୍ଠ ବ୍ୟକ୍ତି ପ୍ରଶାନ୍ତ ମହାପାତ୍ରଙ୍କ ସୃତିଚାରଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।
ଏହି ମାଙ୍ଗଳିକ କାର୍ଯ୍ୟରେ ଜନସାଧାରଣଙ୍କଠୁଁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରି ନୂତନ ବ୍ରହ୍ମଚାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା କରାଯାଇଛି।ଏହି ଅବସରରେ ବ୍ରହ୍ମଚାରୀଙ୍କ ପରିବାର ଏବଂ ଯୋଗ ଦେଇଥିବା ଜନସାଧାରଣଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।ବ୍ରହ୍ମଚାରିମାନେ ଏକ ଶୋଭାଯାତ୍ରାରେ ଯାଇ ମହାପ୍ରଭୁ ଲିଙ୍ଗରାଜ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଆଜିର ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଭ୍ୟବୃନ୍ଦ ପରିଚାଳନା କରିଥିଲେ।