ବାଂଲାଦେଶ ହାଇକମିଶନ ପରିସରରେ ବଡ ଧରଣର ଗୁଳିକାଣ୍ଡ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କୋଲକାତାରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଅବସ୍ଥାରେ ରହିଛି । ଆଜି କୋଲକାତାରେ ଅବସ୍ଥିତ ବାଂଲାଦେଶ ହାଇକମିଶନ ପରିସରରେ ଘଟିଛି ବଡ ଧରଣର ଗୁଳିକାଣ୍ଡ । ଏହି ଘଟଣାରେ ଦୁଇ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁଳିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣା ପଡି ନାହିଁ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଜାରି ରଖିଛି ।

ସେପଟେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଏପର୍ୟ୍ୟନ୍ତ ହସ୍ତଗତ ହୋଇନାହିଁ । ତେବେ ହାଇକମିଶନ ପରିସର ଭିତରେ ଗୁଳିକାଣ୍ଡ ଘଟାଇବା ଭଳି ଘଟଣା କେଉଁ ଆତଙ୍କବାଦୀ ସଂଗଠନର ବୋଲି ଅନୁମାନ କରାଯାଉଛି । ଖୁବ ଶୀଘ୍ର ପୋଲିସ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶୃତି ଦେଇଛି ।

 

Leave A Reply

Your email address will not be published.