ଓଡ଼ିଆ ନ୍ୟୁଜ୍: ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ।ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ଚାଲିବ ଖାତାଦେଖା।ପ୍ରାୟ ୧୫ ହଜାର ଶିକ୍ଷକ ଦେଖିବେ ଖାତା।ଏପ୍ରିଲ ୨ ତାରିଖ ସୁଦ୍ଧା ଖାତାଦେଖା ସାରିବାକୁ ନିଷ୍ପତ୍ତି।ସକାଳ ୧୦ଟାରୁ ଆରମ୍ଭ ହେବ ଖାତାଦେଖା।ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା ।
ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ଖାତା ଦେଖା ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ସେମାନେ ମେଡ଼ିକାଲ ସାର୍ଟିଫିକେଟ ସହିତ ବୋର୍ଡକୁ ଆବେଦନ କଲେ ଖାତା ଦେଖାରୁ ବିରତ ରହି ପାରିବେ ବୋଲି ବୋର୍ଡ ସୂଚନା ଦେଇଛି।