ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳ। ଏନେଇ ପ୍ରକ୍ରିୟାକରଣ ଶିଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । କହିରଖୁ କ. ବୋର୍ଡ ପକ୍ଷରୁ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏପ୍ରିଲ୍ ୨୯ତାରିଖ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବେଳେ ମେ ୧୨ତାରିଖରେ ସମସ୍ତ ପରୀକ୍ଷା ଶେଷ ହୋଇଥିଲା। ବୋର୍ଡ ପକ୍ଷରୁ ମେ ୨୧ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଜୁନ୍ ୨ତାରିଖରେ ଶେଷ ହୋଇଥିଲା।

ଏପଟେ ୪ ଦିନିଆ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଅଛନ୍ତି । ମନ୍ତ୍ରୀ ଅଚାନକ ବିଭିନ୍ନ ସ୍କୁଲ ଗସ୍ତ କରି କିପରି ପାଠପଢା ଚାଲିଛି, କେତେ ଉପସ୍ଥାନ ରହୁଛି ଆଦି ବିଷୟରେ ପଚାରି ବୁଝୁଛନ୍ତି । ସେହିପରି ସ୍କୁଲରେ ଦିଆଯାଉଥିବା ମଧ୍ୟାନ ଭୋଜନର ମାନ ଯାଂଚ କରୁଛନ୍ତି ।

Leave A Reply

Your email address will not be published.