ଓଡ଼ିଆ ନ୍ୟୁଜ୍: ଏଣିକି ଓଡ଼ିଆରେ ହେବ ଏମବିଏ ପାଠପଢା। ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ ଏମବିଏ (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ। ଏନେଇ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଆଇଜିଏନଓୟୁ) ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଏମବିଏପୁସ୍ତକ ପ୍ରସ୍ତୁତ କରିଛି । ଏନେଇ ସୂଚନା ଦେଇଛନ୍ତି ଆଇଜିଏନଓୟୁର ପ୍ରଫେସର ନୟନତାରା ପାଢ଼ୀ।
ପ୍ରଫେସର ନୟନତାରା ପାଢ଼ୀ କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଦୃଷ୍ଟିରୁ ସାର୍ବଜନୀନ ମୁକ୍ତ ଏବଂ ଦୂରଶିକ୍ଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାରେ ଏମବିଏ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଆ ଭାଷାରେ ଏମବିଏ ପୁସ୍ତକ ପ୍ରକାଶନ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ପ୍ରଶଂସା କରିଛନ୍ତି ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।