ସନ୍ଧ୍ୟାରେ ମେଘ୍ନା ସକାଳକୁ ମେଘନାଦ, ଫେସବୁକ୍ ପ୍ରେମ ବିବାହକରି ଫସିଲେ ଯୁବକ

0

ବାସୁଦେବପୁର(ଓଡ଼ିଆ ନ୍ୟୁଜ୍‌): ଫେସବୁକରୁ ବନ୍ଧୁତା ପରେ ମାତ୍ର ୧୫ ଦିନର କଥାବାର୍ତ୍ତାରେ ଗଢ଼ି ଉଠିଥିଲା ପ୍ରେମ । ପରସ୍ପରକୁ ଫଟୋ ଦିଆନିଆ ବି ଚାଲିଲା । ଉଭୟ ବିବାହ କରିବାକୁ ମନସ୍ତ କଲେ । ଆଉ ଶେଷରେ ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରେମୀଯୁଗଳ । ବିବାହ କାର‌୍ୟ୍ୟ ସରିଲା । ବନ୍ଦାପନା ହୋଇ ବରକନ୍ୟା ଗୃହ ପ୍ରବେଶ କଲେ । ସନ୍ଧ୍ୟା ବେଳେ ଭୋଜିଭାତର ଆସର ବି ଜମିଲା । ହେଲେ ସନ୍ଧ୍ୟା ବେଳର ସ୍ୱପ୍ନ ସକାଳକୁ ଆଉ ନଥିଲା । କାରଣ ସନ୍ଧ୍ୟାରେ ବଧୂବେଶରେ ସଜେଇ ହେଇଥିବା ମେଘ୍ନା ସକାଳକୁ ମେଘନାଦ ହୋଇଯାଇଥିଲା । ହଁ ଆଜ୍ଞା, ନୂଆବୋହୂ ଝିଅ ନୁହେଁ ବରଂ ପୁଅ ବୋଲି ଜଣାପଡ଼ିଥିଲା। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ ।

ସୂଚନା ମୁତାବକ, ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଜିଲ୍ଲାର ଆଲୋକ କୁମାର ମିସ୍ତ୍ରୀ ଓ କେନ୍ଦ୍ରାପଡା ଜମ୍ବୁ ମେରାଇନ୍ ଥାନା ରାମନଗର ଗ୍ରାମର ବିଶ୍ୱନାଥ ମଣ୍ଡଳଙ୍କ ଝିଅ ମେଘନା ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ଗଡ଼ିଉଠିଥିଲା ପ୍ରେମ । ପରେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ୨୪ ତାରିଖରେ ଆଲୋକ ମେଘନା ଘରୁ ଲୁଚି ବିବାହ କରିଥିଲେ। ସେଇଠୁ ଉଭୟ ଆଲୋକଙ୍କ ମାମୁ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳକୁ ଆସିଥିଲେ । ବୋହୂ ଘରକୁ ଆସୁଛି ଜାଣି ଆଲୋକର ମାମୁ ପୁଅ ରବି ମଣ୍ଡଳ ଉଭୟଙ୍କୁ ପାଛୋଟି ନେଇଥିଲେ । ଆଲୋକଙ୍କ ଭାଉଜ ଉଭୟଙ୍କୁ ବନ୍ଦାପନା କରି ଘର ଭିତରକୁ ସ୍ୱାଗତ କରିଥିଲେ । ବୋହୂ ମେଘନା ହାତରେ ମେହେନ୍ଦି ସହିତ ନାଲି ରଙ୍ଗର ମୁଠା ମୁଠା ଚୂଡ଼ି ପିନ୍ଧିଥିଲେ । ମୁଣ୍ଡରେ ହାତେ ଲମ୍ବାର ଓଡ଼ଣୀ ପକାଇ ନବବଧୂ ଗୃହ ପ୍ରବେଶ କରିଥିଲେ । ସନ୍ଧ୍ୟାରେ ଭୋଜି ଭାତର ଆସର ଜମିଥିବା ବେଳେ ସତ ସାମ୍ନାକୁ ଆସିଥିଲା । ନିକଟ ବିନୋବାଭାବେନଗର ଗ୍ରାମର ସବିତା ମଣ୍ଡଳ ସେଠାରେ ମେଘନାଦକୁ କୁ ଚିହ୍ନିଦେଇଥିଲେ। ଏହାପରେ ମେଘନା ଝିଅ ନୁହେଁ ପୁଅ ବୋଲି ଜଣାପଡ଼ିଥିଲା କଥା ପ୍ରଘଟ ହୋଇଥିଲା । ମାମୁଘର ପରିବାର ଲୋକେ ରାତିସାରା ଉଜାଗର ରହିଲେ । ମେଘନା ପରିବାର ଲୋକଙ୍କୁ ମଧ୍ୟ ଡକାଇଲେ । ଏହି କଥାକୁ ଗ୍ରାମବାସୀ ସହଜରେ ବିଶ୍ୱାସ କରିନଥିଲେ । ସକାଳ ହେବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ମେଘନାକୁ ମାଡ଼ ମାରି ଉଲଗ୍ନ କଲେ । ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତାର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ମେଘନାଦର କଥାବାର୍ତ୍ତା ଚାଲିଚଳନ ସବୁ ଅବିକଳ ଝିଅ ପରି ଥିଲା । ତେବେ କସିଆ ମେରାଇନ ପୋଲିସ ଘଟଣା ସ୍ଥଳରେ ପହଂଚି ମେଘନାଦକୁ ଉଦ୍ଧାର କରିଛି ।

Leave A Reply

Your email address will not be published.