ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ଆସିଲା ଆଉ ଏକ ତଥ୍ୟ । ଅପହରଣଦିନ ମାନସଙ୍କୁ ଦୟାଲ ଆଶ୍ରମରୁ ନିଆଯାଇଥିଲା ସମ୍ପୂର୍ଣ ଅଫିସ । ଚିପଓ କିଛି ଭିଡ଼ିଓ କ୍ଲିପ ଅଫିସ ରେ ଥିବା କଥା କହିଥିଲେ ମାନସ । ଅଫିସର ସିଷ୍ଟମରେ ୩୪ ରୁ ୯୭ ପର୍ଯ୍ୟନ୍ତ ଫାଇଲ ଡିଲିଟ ହୋଇଯାଇଥିଲା ।
ମାନସ ଡିଲିଟ ଫାଇଲ କୁ ରିଟ୍ରାଇଭ କରିଦେବା କଥା କହିଥିଲେ । କିନ୍ତୁମାନସ କଥାରେ ଏମାନଙ୍କର ବିଶ୍ୱାସ ହୋଇନଥିଲା । ଶର୍ମିଷ୍ଠାଓ ନିରଂଜନ ଙ୍କ ଉପସ୍ଥିତିରେ ରଞ୍ଜନ, ବିବେକ ଓ ଭାଗିରଥି ମାନସ ଙ୍କୁ ମାଡ଼ ମାରିଥିଲେ ।
ଗତକାଲି ଶ୍ରମିଷ୍ଟା ଙ୍କ ଘରୁ ମୋବାଇଲ, ନିରଂଜନ ଙ୍କ ଡାଏରୀ,କ୍ୟାମେରା ଓ କିଛି ଚିପ କ୍ରାଇମବ୍ରାଞ୍ଚ ଟିମ କୁ ମିଳିଛି । ଚିପରେ କେଉଁ ଭିଡ଼ିଓ ଥିବା କଥା କ୍ରାଇମବ୍ରାଞ୍ଚ ଆଗରେ ମାନୁ ନାହାଁନ୍ତି ଶର୍ମିଷ୍ଠା ।
ଆଜି ୪ ଅଭିଯୁକ୍ତ ଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ପରେ ଶର୍ମିଷ୍ଠା ,ଝୁନା ଓ ରଞ୍ଜନଙ୍କୁ ୫ ଦିନିଆ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଚିପଓ ଭିଡ଼ିଓ ବିଷୟରେ ସତ ଜାଣିବା ପାଇଁ ରିମାଣ୍ଡ ରେ ଆଣିବ କ୍ରାଇମବ୍ରାଞ୍ଚ । ହତ୍ୟାଓ ଅପହରଣ କଥା ଅଭିଯୁକ୍ତ ମାନିଥିବା ବେଳେ ଚିପରେ କେଉଁ ଭିଡ଼ିଓ ଥିଲା ମାନୁନାହାନ୍ତି ଶର୍ମିଷ୍ଠା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଆଉ କିଛି ସମୟ ପରେ ଚାନ୍ଦବାଲି ଅଭିମୁଖେ ବାହାରିବ ଟିମ। କୋର୍ଟ ରିମାଣ୍ଡ ଅନୁମତି ଦେଉଛନ୍ତି କି ନାହିଁ ତା ଉପରେ ନିର୍ଭର କରିବ ଆଗାମୀ ପ୍ରକ୍ରିୟା।