ଆସନ୍ତାକାଲିଠୁ ଆହୁରି ବଢିବ ବର୍ଷା:୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୁଦୃଶ ଲଘୁଚାପ ରେ ପରିଣତ ହେଲା ସୃଷ୍ଟ ଲଘୁଚାପ। ଦକ୍ଷିଣ ଉପକୂଳ ଏବଂ ପାର୍ଶ୍ଵବର୍ତି ଅଞ୍ଚଳରେ ସକ୍ରିୟ ରହିଛି। ପ୍ରଭାବରେ ଆସନ୍ତାକାଲି ଠୁ ଆଉରି ବଢିବ ବର୍ଷା। ଆସନ୍ତା ୨୪ ଘଣ୍ଟାରେ ୯ ଜିଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ୧୨ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି। ଆଉରି ସକ୍ରିୟ ହେବ ମୌସୁମୀ, ଏଣିକି ଉତ୍ତର ଉପକୂଳ ରେ ବଢିବ ବର୍ଷା। ଗୋଦାବରୀ ନଦୀରେ ଜଳସ୍ତର ବଢିବା ଯୋଗୁଁ ମାଲକାନଗିରିରେ ଉପୁଜୁଛି ବନ୍ୟା ସ୍ଥିତି।

ଭସାରା ରାଜ୍ୟରେ ଲାଗି ରହିଛି ବର୍ଷା। ନିଆଣ୍ଟିଆ ବର୍ଷାର ହୋଇଛି କ୍ଷତି ଭରଣା। ଲଘୁଚାପ ପ୍ରଭାବରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଫଳରେ ରାଜ୍ୟକୁ ଭଲ ଓ ସ୍ବଭାବିକ ବର୍ଷା ମିଳିପାରିଛି। ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳୁ ଏକ ସୁଦୃଶ ଲଘୁଚାପ ରେ ପରିଣତ ହୋଇଛି। ଯାହା ବର୍ତ୍ତମାନ ଦକ୍ଷିଣ ଓଡିଶାରେ ଉପକୂଳ ଏବଂ ପାର୍ଶ୍ଵବର୍ତି ଅଞ୍ଚଳରେ ସକ୍ରିୟ ରହିଛି। ଏହା ସହିତ ଆଉ ଏକ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ରହିଛି ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ସହ ସାରା ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଗଂଜାମ ଓ ନୟାଗଡ଼ ରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ରହିଛି। ସେହିଭଳି ରାୟଗଡା, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ସମସ୍ୟା ଦେଖାଯିବା ସହ ତଳି ଅଞ୍ଚଳରେ ଜଳବନ୍ଦୀ ଓ ସହର ବଜାରରେ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା୧୪ ତାରିଖରୁ ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆଉରି ସକ୍ରିୟ ହେବ। ଫଳରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ। ଏହାସହ ତେଲେଙ୍ଗାନା ଓ ହାଇଦ୍ରାବାଦ ରେ ପ୍ରବଳ ବର୍ଷା ଯୋଗୁଁ ଗୋଦାବରୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଛି। ଯାହା ଫଳରେ ମାଲକାନଗିରି ରେ ବନ୍ୟା ପରିସ୍ଥିତି ଦେଖା ଦେଇଛି।

ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୩୦.୪ମିମି ବର୍ଷା ହୋଇଛି। ଜୁନ୧ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ୮% କମ ବର୍ଷା ରେକର୍ଡ ହୋଇଛି। ଜୁନ ମାସ ଶେଷ ସୁଦ୍ଧା ୪୦% କମ ବର୍ଷା ହୋଇଥିବା ସୂଚନା ରହିଥିଲା। ଲଘୁଚାପ ପ୍ରଭାଵରେ ରାଜ୍ୟରେ ବର୍ତ୍ତମାନ ସ୍ବଭାବିକ ବର୍ଷା ରହିଛି। ୪ ଜିଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୭ ଜିଲାରେ ସ୍ବଭାବିକ ଓ ୭ ଜିଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି।

Leave A Reply

Your email address will not be published.