ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଉଡ଼ିବ ଯୁଦ୍ଧ ବିମାନ । ଭବିଷ୍ୟତର ନିରାପତ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏକ ବଡ ନିଷ୍ପତ୍ତି ନେଇଛି। ଜାମ୍ମୁ କାଶ୍ମୀର ଭଳି ରଣନୈତିକ କ୍ଷେତ୍ରରେ ପ୍ରତିରକ୍ଷା ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ବାୟୁସେନା ଶ୍ରୀନଗର ବିମାନବନ୍ଦରରେ ଉନ୍ନତ ମିଗ-୨୯ ଯୁଦ୍ଧ ବିମାନର ଏକ ସ୍କ୍ବାଡ୍ରନ ନିୟୋଜିତ କରିଛି। ଜାମ୍ମୁ କାଶ୍ମୀର ପାକିସ୍ତାନ-ଚାଇନା ସୀମାରେ ଅବସ୍ଥିତ।
ଏଭଳି ପରିସ୍ଥିତିରେ ଏଠାରେ ଏୟାରବେସରେ ଯୁଦ୍ଧ ବିମାନର ନିୟୋଜନ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ପାକିସ୍ତାନ ସହ ଭାରତର ଉତ୍ତର ସୀମାକୁ ଜଗି ରହିଥିବା ଟ୍ରାଇଡେଣ୍ଟସ ସ୍କ୍ବାଡ୍ରନ ଶ୍ରୀନଗରର ଏହି ବେସରେ ମୁତୟନ କରାଯାଇଛି।