ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ପୋଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ସର୍ଦାର ମାନେ ବୋଲ ମାନୁ ନାହାନ୍ତି। ବେଆଇନ ଭାବରେ ଶ୍ରମିକ ମାନଙ୍କ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି। ଖପ୍ରାଖୋଲପୋଲିସ ଵିଶେଷ ସୂତ୍ରରୁ ଖବର ପାଇ ଗୁର୍ଜିଭଟା ଗାଁ ନିକଟରୁ 19ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକ ମାନେ ହେଲେ ସୁବର୍ଣ୍ଣ ପୁର ଜିଲ୍ଲାର ବିନିକା ରାମପୁର ଅଞ୍ଚଳର ବୋଲି ଜଣାପଡିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ 4ଜଣ ପୁରୁଷ 3ମହିଳା ଓ ଜଣେ ନା ବାଲିକା 2ଜଣ ଶିଶୁ ଥିବାର ଜଣାପଡିଛି।
ଏମାନଙ୍କୁ ଲାଠୋର ରେଲ ଷ୍ଟେସନ କୁ ଯାଉଥିବା ବେଳେ ଖବର ପାଇ ଖପ୍ରାଖୋଲ ପୋଲିସ ର ଏ ଏସାଇ ଗୋପୀନାଥ ମହାକୁଡ଼ ସହ ପୋଲିସ କର୍ମଚାରୀ ମାନେ ଧରିବାରେ ସଫଲ ହୋଇଥିଲା। ଶ୍ରମିକ ଚାଲାଣ କରୁଥିବା 3 ସର୍ଦାରଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ଉଦ୍ଧାର ଶ୍ରମିକ ମାନେ କାମ ଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି। ଉଦ୍ଧାରହୋଇଥିବା ଶ୍ରମିକମାନଙ୍କୁ ଖପ୍ରାଖୋଲ ପୋଲିସ ନିଜ ନିଜ ଗାଁକୁ ପଠାଇଦେଇଛନ୍ତି ଗିରଫ ସର୍ଦାରମାନେ ହେଲେ ସଂଜୟ ମହାନନ୍ଦଓ ଅନନ୍ତ କୁମ୍ଭାର ବିନିକା ଗନିଆ ଗାର ଓ କେତନ ମହାନନ୍ଦ ରୁରେକେଲା ଥାନା ଅନ୍ତର୍ଗତ ପୁସପାଲି ର ବୋଲି ଜଣାପଡିଛି।