ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବଲାଙ୍ଗୀର ପୁଇଁତଳା ବ୍ଲକ ବିଲେଇସର୍ଡା ଗାଁରେ ଜଣେ ବ୍ୟକ୍ତି ନାଗ ସାପ ଧରି ତା’ର ଦାନ୍ତ ନେଲକଟରରେ ଭାଙ୍ଗୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ୍ । ନାଗସାପର ଦାନ୍ତକୁ ଭାଙ୍ଗି ,ତା’ର ସୁଟିଂ କରାଯାଇ ଭାଇରାଲ କରାଯାଇଛି । ହେଲେ ଏଭଳି ଅମାନବୀୟ ଭିଡିଓ ଭାଇରାଲ୍ ପରେ ବନ ବିଭାଗ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଜଣେ ବ୍ୟକ୍ତି କିଛି ଲୋକଙ୍କ ଆଗରେ ଅତି ନୃଶଂସ ଭାବରେ ସାପ ଦାନ୍ତ ନେଲକଟର ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଦାନ୍ତ ସାପର ବାହାର କରାଯାଉଛି । ପାଖରେ ଥିବା ଲୋକ ତାହାର ମଜା ନେଉଛନ୍ତି ।ଯୁବକ ଜଣଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେ କଣ ପାଇଁ ସାପକୁ ଏଭଳି ନିର୍ଯ୍ୟାତନା ଦେଉଛନ୍ତି ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।ଏନେଇ ଲୋଇସିଂହା ବନ ବିଭାଗ କୌଣସି ଅଭିଯୋଗ ଆସିନଥିବା କହୁଥିବା ବେଳେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି I
ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ। ପୁଇଁତଳା ବିଲେଇସର୍ଡା ଗାଁର ଭିଡିଓ ଭାଇରାଲ୍ ପରେ ବନବିଭାଗ ନେଇଛି କାର୍ଯ୍ୟାନୁଷ୍ଠାନ। ଘଟଣାରେ ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କଲା ବନବିଭାଗ।