ଗୋରଖନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି

0

ତିର୍ତ୍ତୋଲ(ଓଡ଼ିଆ ନ୍ୟୁଜ୍‌):ବାବା ଗୋରଖନାଥଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି । ଜଗତସିଂହପୁର ବାବା ଗୋରେଖାନାଥଙ୍କ ମନ୍ଦୀରରୁ ମଙ୍ଗଳବାର ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୁତ। ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ତନାଘନା ଆରମ୍ଭ କରିଛି ।

ସୁଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସିକୁରିଟି ଓ ପୋଲିସ ଅଧିକାରି ସୋଇଥିବା ବେଳେ କିଛି ଦୁବୁର୍ତ ୨ ନମ୍ବର ହୁଣ୍ଡି ଦାନବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ କରି ନେଇ ଯାଇଛନ୍ତି।ତେବେ ମନ୍ଦିରରୁ ଚୋରି ହେବା ଏହା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ବି ଏନେଇ ପୋଲିସ ଆଖିଦୃଶିଆ କାର‌୍ୟ୍ୟାନୁଷ୍ଠାନ ନେଇନି। ଫଳରେ ପୋଲିସର ଖାମ୍ ଖିଆଲି ମନୋଭାବ ପାଇଁ ଏଭଳୀ ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.