ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ବିନା ହେଲମେଟ୍ରେ ବାଇକରେ ଯାତ୍ରାକରି ଫାଇନ କାଟିଲେ ଗଣଶିକ୍ଷା ମନ୍ତ୍ରୀ ଓ ବାଲେଶ୍ୱର ସଦର ବିଧାୟକ। ପୋଲିସ ଫାଇନ କାଟିବା ପରେ ଟ୍ରାଫିକ ଥାନାରେ ପହଞ୍ଚି ୧ ହଜାର ଟଙ୍କା ଫାଇନ୍ ଦେଇଛନ୍ତି ବିଧାୟକ ସ୍ୱରୂପ ଦାସ।
ସୂଚନାଯୋଗ୍ୟ, ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। ପରେ କିଛି ସ୍କୁଲକୁ ଅଚାନକ ଗସ୍ତରେ ଯିବା ପାଇଁ କହିଥିଲେ ଗଣଶିକ୍ଷା ମନ୍ତ୍ରୀ। ଏହାପରେ ଉଭୟ ବିଧାୟକ ଓ ମନ୍ତ୍ରୀ ଏକ ବାଇକ୍ ଯୋଗେ ବିଭିନ୍ନ ସ୍କୁଲ ପରିଦର୍ଶନରେ ବାହାରିଥିଲେ, କିନ୍ତୁ ଉଭୟଙ୍କ ମୁଣ୍ଡରେ ହେଲମେଟ୍ ନଥିଲା। ବାଲେଶ୍ୱର ହେମକାପଦା ଛକରେ ଜଣେ ସାଧାରଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ହେଲମେଟ୍ ନପିନ୍ଧି କେମିତି ଯାଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ପରେ ଟ୍ରାଫିକ ପୁଲିସ ତରଫରୁ ମଧ୍ୟ ବିଧାୟକଙ୍କୁ ହେଲମେଟ୍ ପିନ୍ଧି ନଥିବା ନେଇ ଫୋନ୍ ଆସିଥିଲା। ଏହାପରେ ବିଧାୟକ ଓ ମନ୍ତ୍ରୀ ନିଜ ଭୁଲ୍କୁ ସ୍ୱୀକାର କରିଥିଲେ ଓ ଟ୍ରାଫିକ୍ ପୁଲିସ ଥାନାକୁ ଯାଇ ଏକ ହଜାର ଟଙ୍କା ଫାଇନ୍ ଦେଇଥିବା ବିଧାୟକ ସ୍ୱରୂପ ଦାସ କହିଛନ୍ତି।