ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମଣିପୁରରେ ହୋଇଥିବା ହିଂସାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ମୈତେଇର ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ୍ ଆର୍ମିପାଞ୍ଚ ବର୍ଷ ପାଇଁ ଏକ ବେଆଇନ ଘୋଷିତ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଜି ମୈତୈ ସଂପ୍ରଦାୟର ୯ଟି ସଂଗଠନକୁ ବ୍ୟାନ କରିଛି।
ଏମାନଙ୍କ ମଧ୍ୟରୁ ଅଧିକାଂଶ ସଂଗଠନ ମଣିପୁରରେ ସକ୍ରିୟ ଭାବେ କାମ କରୁଛନ୍ତି। ସଂଗଠନ ଗୁଡ଼ିକ ସହ ଜଡ଼ିତ ଥିବା ସମସ୍ତ ଶାଖା ଓ ସମ୍ମୁଖ ଭାଗ ସଂଗଠନକୁ ମଧ୍ୟ ୟୁଏପିଏ ବଳରେ ନିଷିଦ୍ଧ କାରାଯାଇଛି।ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପିପୁଲ୍ସ ଲିବେରସନ ଆର୍ମି(ପିଏଲଏ) ଓ ଏହାର ରାଜନୀତି ଶାଖା, ଆରପିଏଫ, ୟୁଏନଏଲଏଫ ଓ ଏହାର ସଶସ୍ତ୍ର ବାହିନୀ, ମଣିପୁର ପିପୁଲ୍ସ ଆର୍ମି (ଏମପିଏ), ପିଆରଇପିଏକେ ଓ ଏହାର ସଶସ୍ତ୍ର ବାହିନୀ ରେଡ ଆର୍ମି, କେସିପି ଓ ଏହାର ଆର୍ମଡ ୱିଙ୍ଗ, କେୱାଇକେଏଲ, କୋରକମ ଓ ଏଏସ୍ୟୁକେ ଉପରେ ବ୍ୟାନ ଲଗାଇଛି।
ୟୁଏପିଏ ଆଇନ ୧୯୬୭ର ଧାରା ୩ ଅନ୍ତର୍ଗତ ସବ ସେକସନ ୧ ଅନୁଯାୟୀ ଭାରତ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୃହ ମନ୍ତ୍ରଣାଳୟ ମଧ୍ୟ ପିପୁଲ୍ସ ରିଭୋଲ୍ୟୁସାରୀ ପାର୍ଟି ଅଫ୍ କଙ୍ଗଲିପାକ୍ (PREPAK), ରେଡ୍ ଆର୍ମି ଏବଂ କଙ୍ଗଲିପକ୍ କମ୍ୟୁନିଷ୍ଟ ପାର୍ଟି (KCP)କୁ ମଧ୍ୟ ପାଞ୍ଚ ବର୍ଷ ପାଇଁ ବ୍ୟାନ୍ କରିଛି।