ନେପାଳରେ ବ୍ୟାନ ହେଲା ଟିକଟକ ଆପ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ନେପାଳ ସରକାର ଚୀନର ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ବ୍ୟାନ୍ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନେପାଳ ସରକାରଙ୍କ ସୋମବାର କ୍ୟାବିନେଟ୍ ବୈଠକରେ ସାମାଜିକ ସଦ୍ଦଭାବ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦେଖି ଏହି ଆପ୍‌କୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ନିଷ୍ପତ୍ତି କେବେଠାରୁ ଲାଗୁ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ନେପାଳ ସରକାରଙ୍କ ମୁଖପାତ୍ର ରେଖା ଶର୍ମା କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏକ ମୌଳିକ ଅଧିକାର, କିନ୍ତୁ ଟିକ୍ ଟକ୍ କୁ ନିଷିଦ୍ଧ କରିବା ର ନିଷ୍ପତ୍ତି ଏହି ପ୍ଲାଟଫର୍ମରେ କାର୍ଯ୍ୟକଳାପରୁ ସୃଷ୍ଟି ହୋଇଛି ଯାହା ନେପାଳରେ ସାମାଜିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରୁଥିବା ବୋଲି ବିଶ୍ୱାସ କରାଯାଉଛି । ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ଏହି ଚାଇନିଜ୍ ଆପରେ ୧୬୪୭ଟି ସାଇବର ଅପରାଧ ମାମଲା ସାମ୍ନାକୁ ଆସିଛି।

ନେପାଳ ପୋଲିସର ସାଇବର ବ୍ୟୁରୋ, ଗୃହ ମନ୍ତ୍ରଣାଳୟ ଏବଂ ଟିକଟକ୍ ର ପ୍ରତିନିଧିମାନେ ଗତ ସପ୍ତାହ ପ୍ରାରମ୍ଭରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ନିର୍ଦ୍ଦେଶ ଲାଗୁ ହେବାର ତିନି ମାସ ମଧ୍ୟରେ କମ୍ପାନିଗୁଡିକୁ ନେପାଳରେ କାର୍ଯ୍ୟାଳୟ ସ୍ଥାପନ କିମ୍ୱା ଜଣେ ଫୋକଲ୍ ବ୍ୟକ୍ତିଙ୍କୁ ନିଯୁକ୍ତ କରିବାକୁ ପଡ଼ିବ । ସେହିପରି କମ୍ପାନିଗୁଡିକୁ ନିଜ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମକୁ ସୂଚନା ଓ ଦୂର ସଂଚରା ମନ୍ତ୍ରାଳୟରେ ପଞ୍ଜୀକୃତ କରିବାକୁ ପଡ଼ିବ । ନେପାଳରେ ଅଣପଞ୍ଜୀକୃତ ପ୍ଲାଟଫର୍ମଗୁଡ଼ିକ ବନ୍ଦ କରିପାରନ୍ତି ।

Leave A Reply

Your email address will not be published.