ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର । କାର୍ତ୍ତିକ ସୋମବାରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ସମସ୍ତ ଶୈବପୀଠରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆଉ ଏଥିରୁ ବାଦ ପଡିନି ବାବା ଧବଳେଶ୍ଵରଙ୍କ ପୀଠ ।
ଚଳଚଞ୍ଚଳ ହୋଇଉଠିଛି ଏହି ଶୈବପୀଠ । ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି । ଆଜି ଭୋର ୪ଟାରୁ ପହଡ ଖୋଲିଥିଲା ଏବଂ ୧୦୮ ଗରା କଳସରେ ସ୍ନାନ କରାଯାଇ ଏଠାରେ ମଙ୍ଗଳ ଆଳତୀ କରାଯାଇଥିଲା । ପ୍ରତ୍ୟକ ବର୍ଷ ଏହି ମାସରେ ଶ୍ରଦ୍ଧାଳୁମାନେ ଏହି ଶୈବପୀଠରେ ଭିଡ଼ ଜମାଇଥାନ୍ତି ।ରାତି ୪ଟାରୁ ପହଡ ଖୋଲାଯାଇ ମହାଦେବଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଛି ।
ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁମାନେ ଏହି ପୀଠକୁ ଆସି ବାବାଙ୍କର ଦର୍ଶନ କରିଥାନ୍ତି । ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁମାନେ ଯେପରି ଦର୍ଶନ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଆଉ ଡଙ୍ଗାର ଆବଶ୍ୟକତା ପଡୁନାହିଁ ।