ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମା କାଳୀଙ୍କ ଭବ୍ୟ ମୂର୍ତ୍ତୀରେ ରାଇରଙ୍ଗପୁର ସହର ଉତ୍ସବମୁଖର | ଆଲୋକ ରସଣୀର ପର୍ବ କାଳୀପୂଜା | ବେଦ ମନ୍ତ୍ର ପୂଜାପାଠରେ ମାକାଳୀଙ୍କର ଆସ୍ଥାନ ପରିଦୃଶ୍ୟମାନ ହେଉଛି |
ଏହି ଭବ୍ୟ ଦିନରେ ଦୋକାନ ବଜାର ଉତ୍ସବମୁଖର ସହ ମା କାଳୀଙ୍କ ମୃଣ୍ମୟ ମୂର୍ତ୍ତୀରେ ଭକ୍ତବୃନ୍ଦ ଆତ୍ମହରା | ଭବ୍ୟ ତୋରଣ ସାଙ୍ଗକୁ ଲାଇଟ ଡେକୋରେସନ ରେ ରାଇରଙ୍ଗପୁର ସହର ମୁଖରିତ ହୋଇଯାଇଛି | ରାଇରଙ୍ଗପୁର କାହିଁକି ଓଡିଶାର ପୁରପଲ୍ଲୀରେ ଶ୍ୟାମାକାଳୀଙ୍କର ଭବ୍ୟ ପରିପାଟୀ ମୂର୍ତ୍ତୀ ଦର୍ଶନ କରି ଭକ୍ତଗଣ ଆଶିଷ ଲାଭ କରୁଅଛନ୍ତି | ବିଶେଷକରି ଦୁର୍ଗାମଣ୍ଡପ ନିକଟସ୍ତ କାଳୀମଣ୍ଡପ ପାଖ ମା କାଳୀଙ୍କ ଭବ୍ୟ ରୂପ ତଥା ବଜାର ଡେଲି ମ୍ୟାକେଟ୍ ଏବଂ ରେଳ ଷ୍ଟେସନ ପାଖ ମାଙ୍କ ଭବ୍ୟ ଶ୍ୟାମା କାଳୀ ରୂପ ଦେଖିବା ପାଇଁ ଭକ୍ତଗଣଙ୍କର ନାହିଁ ନ ଥିବା ଭିଡ ଜମି ରହିଛି |
ଏହା ସହିତ କମିଟୀ ପକ୍ଷରୁ ଭକ୍ତବୃନ୍ଦଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି | ସୁନ୍ଦର ସାଜସଜ୍ୟାରେ ରାଇରଙ୍ଗପୁର ସହରସ୍ତ ରାସ୍ତାଘାଟ ଅତିଆକର୍ଷଣୀୟ ପରିଲକ୍ଷିତ ହେଉଛି |