ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଲେଖିକା ବନସ୍ମିତା ପତିଙ୍କ ସମ୍ମାନ ହାନି ତଥା ବ୍ଲାକମେଲିଂ ଅଭିଯୋଗରେ ମୌସୁମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଇନଫୋସିଟି ପୋଲିସ ।

ବିବାଦ ପଛରେ ଟଙ୍କା କାରବାର ମାମଲା ଥିବା ସୂଚନା । ତେବେ ବନସ୍ମିତାଙ୍କୁ ୫ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ ମୌସୁମୀ । ବନସ୍ମିତା ଏହି ଟଙ୍କାକୁ ନଫେରାଇବାରୁ ଏନେଇ ଇନଫୋସିଟି ଥାନାରେ ପୂର୍ବରୁ ମଧ୍ୟ ମାମଲା ହୋଇଥିଲା । କିନ୍ତୁ ଟଙ୍କା ଫେରାଇବା ପରେ ବି ମୌସୁମୀ ବନସ୍ମିତାଙ୍କ ବିରୋଧରେ ଗଣମାଧ୍ୟମରେ ଉକ୍ତି ରଖିଥିଲେ ।

ଏନେଇ ହୋଇଥିବା ଅଭିଯୋଗର ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା ଯେ, ମୌସୁମୀ ବାରମ୍ବାର ଲେଖିକା ବନସ୍ମିତାଙ୍କ ସମ୍ମାନ ହାନି କରିଛନ୍ତି । ଏହାସହ ଅନେକ ଥର ଟଙ୍କା ଆଦାୟ ପାଇଁ ଧମକପୂର୍ଣ୍ଣ ଫୋନ ମଧ୍ୟ କରିଛନ୍ତି । ଯାହାକୁ ନେଇ ମୌସୁମୀଙ୍କୁ ଗିରପ କରିବା ସହ କୋର୍ଟଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.