ତେଜପତ୍ରର ଉପକାରିତା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଶୀତ ଋତୁରେ ଅଧିକାଂଶ ଲୋକ ଥଣ୍ଡା ଏବଂ ଜ୍ଵରରେ ପଡିଥାଆନ୍ତି। ଯାହା ଦ୍ୱାରା ଅନେକ ସମସ୍ୟା ଦେଖାଦିଏ । ଯେଉଁମାନଙ୍କର ସାଇନସ୍ ସମସ୍ୟା ଥାଏ, ସେମାନଙ୍କ ପାଇଁ ଶୀତ ଋତୁ ମଧ୍ୟ ଏକ କଷ୍ଟଦାୟକ ହୁଏ। ଏଥିରେ ତେଜପତ୍ର ଅନେକ ସମସ୍ୟାର ସମାଧାନ କରିପାରିବ ।ତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ । ତେଜ ପତ୍ରରେ ପ୍ରତୁର ପରିମାଣର କପର୍,ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି । ଲୋକମାନେ ତେଜପତ୍ରକୁ ଯଦିଓ ମସଲା ଭାବରେ ବ୍ୟବହାର କରନ୍ତି କିନ୍ତୁ ଏଥିରେ ରହିଛି ଅଗଣିତ ଔଷଧୀୟ ଗୁଣ । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଅନେକ ରୋଗକୁ ମାତ୍ର କିଛି କ୍ଷଣ ମଧ୍ୟରେ ଭଲ କରିଦିଏ ତେଜପତ୍ର । ଏବେ ନଜର ଏହାର ଔଷଧୀୟ ଗୁଣ ଉପରେ ।

ତେଜ ପତ୍ରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଯାହା ଦ୍ଵାରା ଆଣ୍ଟି-ଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, କ୍ୟାଫେକ୍ ନାମକ ଏକ ଅରଗାନିକ କମ୍ପାଉଣ୍ଡର ଯ ମିଳିଥାଏ। ଯାହା ହାର୍ଟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ ।ତେବେ ଆପଣ ତେଜପତ୍ରକୁ ହର୍ବାଲ ଟି କରିକି ପିଇ ପାରିବେ । ନଚେତ୍‌ ଏହାକୁ ଗରମ ପାଣିରେ ଫୁଟାଇ ଛାଣିକି ଚା’ ପରି ପିଇପାରିବେ । ତେଜପତ୍ର ପତ୍ର ନାକ ସମସ୍ୟାକୁ ଶୀଘ୍ର ଭଲ କରିଥାଏ । ଯଦି ଆପଣ ଗୋଲମରିଚ ସହ ତେଜପତ୍ରକୁ ଚା’ରେ ମିଶାଇକି ପିଇବେ ସାଇନସ୍ ସମସ୍ୟା ଦୂର ହୋଇପାରିବ।

କିଡନୀ ସମସ୍ୟା : ପାଣିରେ ତେଜପତ୍ର ପକାଇ କିଛି ସମୟ ଫୁଟାନ୍ତୁ । ଥଣ୍ଡା ହୋଇସାରିବା ପରେ ଏହି ପାଣିକୁ ପିଅନ୍ତୁ । ନିୟମିତ ଏହି ପାଣି ପିଇଲେ କିଡନୀ ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆଂଟି କ୍ୟାନ୍ସର ତତ୍ୱ : ତେଜପତ୍ରରେ କେଫିକ୍ ଏସିଡ୍, କ୍ୱେରସେଟିନ୍ ଏବଂ ଇଉଗିନେଲ୍ ନାମକ ତତ୍ୱ ରହିଛି । ଯାହା ମେଟାବୋଲିଜିମ୍ ଏବଂ କ୍ୟାନ୍ସର୍ ଭଳି ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ ।

ପୀଡା ପାଇଁ ଲାଭଦାୟକ : ଆଣ୍ଠୁ ଗଣ୍ଠି ତଥା ଅନ୍ୟ ପ୍ରକାର ପୀଡାରେ ତେଜପତ୍ରର ତେଲ ମାଲିସ୍ କଲେ ତୁରନ୍ତ କଷ୍ଟ ଦୂର ହୋଇଯାଇଥାଏ ।

Leave A Reply

Your email address will not be published.