ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଲୁଣl କରାଣ୍ଡିଆ ଦ୍ବିପଞ୍ଚଲ ରେ ଯାତାୟାତ ସୁବିଧା | ପାଟକୁରା ଲୁଣା କାରଣ୍ଡିଆ ଦ୍ବିପଞ୍ଚଳ ଦେଖିବ ନୂଆ ଇତିହାସ| ଦ୍ବିପଞ୍ଚଳ କୁ ସଂଯୋଗୀକୃତ ଏକାଧିକ ପୋଲ ନିର୍ମାଣ ଯାତାୟାତ ସୁବିଧା ର ମୁକ ସାକ୍ଷୀ ରହିବ | ମାର୍ଶାଘାଇ,ତିର୍ତୋଲ, କୁଞ୍ଜଙ୍ଗ ଡେରାବିଶ ଆଦି ଅଞ୍ଚଳ ରୁ ସହଜରେ ଜାତୀୟ ରାଜପଥ କୁ ଯିବାପାଇଁ ପଥ ପରିଷ୍କାର ହେବ |
ଲୁଣା କରlଣ୍ଡିଆ ଦ୍ବିପlଞ୍ଚଲ ଆୟତ୍ତ ପୁର ର ଦୁଇ ପାର୍ଶ୍ୱରେ ରେ ନିର୍ମାଣ ହେବ ନଦୀ ପୋଲ ଓ ଆପ୍ରଜ ରୋଡ଼ | କାରଣ୍ଡିଆ ନଦୀ ଉପରେ ଏକ ବିରାଟ ପୋଲ ନିର୍ମାଣ ହୋଇଥିବା ବେଳେ ଲୁଣା ନଦୀ ଉପରେ ମଧ୍ୟ ଏକ ପୋଲ ନିର୍ମାଣ ହେଉଛି | ଏକା ବେଳେ ଦୁଇଟି ପୋଲ ର ନିର୍ମାଣ କାର୍ଯ୍ୟ ଜାରି ରହିଛି | ମାର୍ଶାଘାଇ ତହସିଲଦାର ଓ କେନ୍ଦ୍ରାପଡା ଡ ଅତିରିକ୍ତ ଜିଲ୍ଲପାଳ ଙ୍କ ନେତୃତ୍ୱ ଏକ ଟିମ କରିଲୋ ପାଟଣା ଓ ଆୟତପୁର ରେ ପହଂଚି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି |
ଏନେଇ ଲୋକେ ନିଜ ଖୁସି ଜାହିର କରିବା ସହ ଯାତାୟତ ର ସହଜ ପଥ ମିଳିପାରିବ ବୋଲି ଆଶା ପ୍ରକଟ କରିଛନ୍ତି | ମାର୍ଶାଘାଇ, ଗରଦପୁର, ଡେରାବିଶ, ତିର୍ତୋଲ, କୁଜଙ୍ଗ ଅଞ୍ଚଳ ରୁ କେନ୍ଦ୍ରାପଡ଼ା ଓ ଯାଜପୁର କୁ ଏହି ପୋଲ ଓ ଆପ୍ରଜ ରୋଡ଼ ଦ୍ଵାରା ଯାତାୟାତ ସହଜ ଓ ଶୀଘ୍ର ହୋଇପାରିବ ବୋଲି ସୂଚନା ମିଳିଛି |