ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମହାପଦା ନଦୀରେ ୪ ଫୁଟ୍ ର କୁମ୍ଭୀର ଉଦ୍ଧାର | ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସିଙ୍ଗଲା ଥାନା ଅର୍ନ୍ତଗତ କୁଣ୍ଡଳୀ ଗ୍ରାମ ପଞ୍ଚାୟତର ମହାପଦା ନଦୀରେ ୪ ଫୁଟ୍ ର କୁମ୍ଭୀର ଜାଲରେ ପଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିବା ଫଳରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି ।
ସୂଚନା ଅନୁସାରେ ଗତ ରାତିରେ ସ୍ଥାନୀୟ ଲୋକେ ମାଛ ଧରିବା ପାଇଁ ଜାଲ ବିଛେଇ ଥିବା ବେଳେ ସକାଳ ସମୟରେ ଜାଲରେ କୁମ୍ଭୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ କୁମ୍ଭୀର ଟି ୪ ଫୁଟ ଲମ୍ବର ଥିବା ବେଳେ ଜାଲରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି।
ତେବେ ନିକଟରେ ଆଳୁମେଦା ଗ୍ରାମ ରେ ଥିବା ଡୁବଡୁବି ନଦୀ ରେ ଛଅ ଫୁଟ୍ ଲମ୍ବର କୁମ୍ଭୀର ବାହାରି ଆତଙ୍କିତ କରିଥିବା ବେଳେ ପୁଣି ମହାପଦା ନଦୀ ରେ କୁମ୍ଭୀର ଦେଖି ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।