ଋଷିକୂଲ୍ୟାରେ ଭାସିଗଲେ ନାବାଳକ

0

ଓଡ଼ିଆ ନ୍ୟୁଜ୍: ଋଷିକୂଲ୍ୟା ନଦୀରେ ଭାସି ନାବାଳକ ନିଖୋଜ।ପୋଡ଼ାପଲ୍ଲୀ ନିକଟରେ ଗାଧୋଇବା ବେଳେ ଅଘଟଣ।ନିଖୋଜ ନାବାଳକ ଯୁକ୍ତ ଦୁଇ ଛାତ୍ର, ଅଗ୍ନିଶମ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି।ଗଞ୍ଜାମ ଜିଲା ପୋଡ଼ାପଲ୍ଲୀ ଋଷିକୂଲ୍ୟା ନଦୀରେ ଶନିବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଜଣେ ନାବାଳକ ଛାତ୍ର ନଦୀରେ ଭାସି ନିଖୋଜ ହୋଇ ଯାଇଥିବା ଜଣାପଡିଛି। ନିଖୋଜ ଛାତ୍ର ଜଣକ ଯୁକ୍ତ-୨ରେ ପାଠ ପଢୁଥିବା ସୂଚନା ମିଳିଛି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷେ ପୁଅ ନଦୀରେ ଭାସି ଯିବା ଘଟଣାକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Leave A Reply

Your email address will not be published.