ରାଜ୍ୟର ବିଭିନ୍ନ ସ୍କୁଲ କଲେଜକୁ ଗାଡି ନେଇ ଯାଉଥିବା କମ ବୟସର ନାବାଳକ ନାବାଳିକାଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ, ପରିଵହନ ବିଭାଗର ଚାଲିବ ସ୍ୱତନ୍ତ୍ର ଡ୍ରାଇଭ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆଜି ଠାରୁ ତିନି ଦିନ ଧରି ଓଡ଼ିଶାର ସମସ୍ତ ଜିଲ୍ଲାରେ ପରିଵହନ ବିଭାଗର ଚାଲିବ ସ୍ୱତନ୍ତ୍ର ଡ୍ରାଇଭ। ରାଜ୍ୟର ବିଭିନ୍ନ ସ୍କୁଲ କଲେଜକୁ ଗାଡି ନେଇ ଯାଉଥିବା କମ ବୟସର ନାବାଳକ ନାବାଳିକାଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ରାଜ୍ୟରେ ଗତ ୧୦ ବର୍ଷ ରେ ରାସ୍ତା ଦୁର୍ଘଟଣାରେ ୪୭ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସେହିଭଳି ଗତ ୮ ବର୍ଷରେ ୧୭୦୦ ରୁ ଉର୍ଦ୍ଧ୍ବ ନାବାଳକ ନାବାଳିକାଙ୍କ ଗାଡି ଚଳାଇବା ଯୋଗୁଁ ଦୁର୍ଘଟଣା ହୋଇ ମୃତ୍ୟୁ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ ଅନୁଯାୟୀ ଏହି ଚେକିଂକୁ କଡାକଡି କରାଯାଇଛି।ଯେଉଁଠି ସ୍କୁଲ କଲେଜ ନାବାଳକ ନାବାଳିକା ଡ୍ରାଇଭରଙ୍କୁ ପରିଵହନ ଧରୁଛି, ସେଠାରେ ୨୫ ହଜାର ଜରିମାନା ସହିତ ଗାଡି ଜବତ କରାଯାଉଛି।

ଏହା ସହିତ ଅବିଭାବକ କିମ୍ବା ଗାଡି ମାଲିକଙ୍କୁ ନୋଟିସ ଜାରି କରାଯାଉଛି। ନାବାଳକ ମାନଙ୍କୁ ଗାଡି ଦେଉଥିବା ଗାଡି ମାଲିକମାନଙ୍କ ନାମରେ ମାମଲା ରୁଜ୍ଜୁ କରୁଛି ବିଭାଗ। ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ପାଇଁ ଏହି ସଚେତନତା କରାଯାଉଥିବା ବେଳେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଉଛି। ଏହାସହିତ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ବିପଦ ଶଂକୁଳ ଅବସ୍ଥାରେ ପରିଵହନ କରୁଥିବା ବସ ଓ ଅଟୋଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଅତିରିକ୍ତ ପରିଵହନ କମିଶନର ଲାଲମୋହନ ସେଠୀ କହିଛନ୍ତି।

Leave A Reply

Your email address will not be published.