ଓଡିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି।କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବବକରପୁର ଗ୍ରାମର ସୁଭକେଶ ମିଶ୍ର ଓରଫ୍ କାହ୍ନାକୁ ୨ ଜଣ ଦୁର୍ବୃତ୍ତ ଗୋଟିଏ ମଟର ସାଇକେଲରେ ଆସି ଘରୁ ଡାକିଥିଲେ । ପାଟିଶୁଣି ବାପା ଅରବିନ୍ଦ ମିଶ୍ର ବାହାରି ଆସିବାରୁ ସଙ୍ଗେ ସଙ୍ଗେ ୩ ରାଉଣ୍ଡ ଗୁଳି ଫୁଟାଇଥିଲେ । ଗୁଳି ଶବ୍ଦ ଶୁଣି ପୁଅ କାହ୍ନା ବାହାରି ଆସିବାରୁ ତାଙ୍କୁ ମଧ୍ୟ ୧ ରାଉଣ୍ଡ ଗୁଳି ଫୁଟାଇଥିଲେ । ଗୁଳି କାହ୍ନାଙ୍କ ମୁଣ୍ଡରେ ଲାଗିଲା ପରେ ମାଆ ମିନାଖୀ ବାହାରି ଆସିବାରୁ ତାଙ୍କ ଠାରେ ମଧ୍ୟ ୧ ରାଉଣ୍ଡ ଗୁଳି ଲାଗିଛି । ଗତକାଲି ମଧ୍ୟାହ୍ନରେ ଘଟିଛି ଏ ଘଟଣା।
ଗୁଳିକାଣ୍ଡ ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ଘେରି ଯାଇ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରି ନିର୍ଦ୍ଧୁମ ଛେଛିଥିଲେ । ଏହି ଗୁଳିକାଣ୍ଡରେ ଘଟଣା ସ୍ଥଳରେ ବାପା ଅରବିନ୍ଦ ମିଶ୍ର ମୃତ୍ୟୁ ହୋଇଥିବା ବେଳେ ପୁଅ କାହ୍ନା ଓ ମାଆ ମୀନାକ୍ଷୀ ଗୁରୁତର ହୋଇ ପଡିଥିଲେ । ମାଆ ମୀନାକ୍ଷୀ ଗୁରୁତର ଥିବାରୁ କଟକ ସ୍ଥନାନ୍ତର ହୋଇଛନ୍ତି । ଉତ୍ୟକ୍ତ ଗ୍ରାମବାସୀ ମାନେ ଦୁର୍ବୃତ୍ତ ମାନେ ଆଣିଥିବା ମଟର ସାଇକେଲକୁ ନିଆଁ ଲଗାଇ ଦେବା ସହ କେନ୍ଦ୍ରାପଡା- ଓଳିଆ ରାସ୍ତା ଅବରୋଧ କରିଥିଲେ । । ଘଟଣା ସ୍ଥଳରେ ମହାକାଳପଡା ପୋଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ୨ ଜଣ ଦୁର୍ବୃତ୍ତଙ୍କୁ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।
ଗ୍ରାମବାସୀଙ୍କ ଆକ୍ରୋଶରେ ୨ ଜଣ ସୁପାରୀ କିଲର ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସିତ ପାଇଁ କଟକ ଏସ୍ ବି ସ୍ଥାନାନ୍ତର କରିଛି ପୋଲିସ । ମୃତ ଅରବିନ୍ଦଙ୍କୁ ଗ୍ରାମସ୍ମଶାନରେ ସତ୍କାର କରାଯାଇଥିବା ବେଳେ ମାଆ ଓ ପୁଅ କାହ୍ନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହି ଗୁଳିକାଣ୍ଡ ପ୍ରେମ ଜନିତ କାରଣରୁ ହୋଇଛି ବୋଲି ସୂଚନା ମିଳିଛି । କାହ୍ନା ଜଣେ ବିବାହିତ ଥାଇ ଅନ୍ୟ ଯାଗାରେ ପ୍ରେମ କରୁଥିବା ନେଇ ଏଭଳି ଗୁଳିକାଣ୍ଡ ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।