ୟୁକ୍ରେନ୍‌ରେ ରୁଷିଆର ମିଜାଇଲ୍ ଓ ଡ୍ରୋନ୍ ଆକ୍ରମଣ, ୧୦ମୃତ

0

ଓଡ଼ିଆ ନ୍ୟୁଜ୍: ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନରେ ତାଣ୍ଡବ ରଚୁଛି ଋଷ ସେନା । ଆକ୍ରମଣର ପ୍ରତିଶୋଧ ନେଇଛି ଋଷ । ୟୁକ୍ରେନର ଭୟାନକ ଡ଼ୋନ ଆକ୍ରମଣର କଡ଼ା ଜବାବ ଦେଇଛି ଋଷ । ଋଷ ପୂର୍ବ ୟୁକ୍ରେନ ଖାରକିଭ ସହର ଉପରେ ଏକ ଭୟଙ୍କର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ପ୍ରହାର କରିଛି ।

ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମଧ୍ୟରାତ୍ରି ପରେ ଋଷ ପ୍ରାୟ ୫ ଘଣ୍ଟା ଧରି ସ୍ଥଳଭାଗ ,ଆକାଶ ଓ ସମୁଦ୍ରରୁ ୟୁକ୍ରେନ ସହରକୁ ଟାର୍ଗେଟ୍ କରି ୪୦୭ ଟି ଡ୍ରୋନ ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଏଥିରେ ୪୦ଟି କ୍ରୁଜ୍ ମିସାଇଲ୍ ଏବଂ ୬ଟି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିଲା । ଋଷର ଏହି ପ୍ରଚଣ୍ଡ ପ୍ରହାରରେ ୟୁକ୍ରେନର ସରକାରୀ ପ୍ରତିଷ୍ଠାନ ଏବଂ ଆବାସିକ କୋଠା ମାଟିରେ ମିଶିଯାଇଛି ।

ପୂର୍ବ ସପ୍ତାହରେ ଋଷର ଆଭ୍ୟନ୍ତରୀଣ ଅଂଚଳରେ ୟୁକ୍ରେନ ଶତାଧିକ ଡ୍ରୋନ ଆକ୍ରମଣ କରି ୪୧ଟି ଯୁଦ୍ଧ ବିମାନ ଧ୍ୱଂସ କରିଥିଲା । ୟୁକ୍ରେନର ଏହି ଆକ୍ରମଣ ଋଷ ସେନାକୁ ଭୀଷଣ କ୍ଷତି ପହଞ୍ଚାଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଋଷ ଏବେ ଆକ୍ରମଣକୁ ତୀବ୍ର କରିଛି । ଋଷର ଆକ୍ରମଣ ଏବେ ୟୁକ୍ରେନ ଉପରେ ଭାରି ପଡିଛି ।

Leave A Reply

Your email address will not be published.