ମିଥୁନ ମାନହସ BCCI ସଭାପତି

0

ଓଡ଼ିଆ ନ୍ୟୁଜ୍: ମିଥୁନ ମାନହସ BCCIର ନୂଆ ସଭାପତି।BCCI ଏଜିଏମ୍‌ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ।ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ। ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ। ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ, ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ। ଦିଲ୍ଲୀର ଏହି ପୂର୍ବତନ ଅଧିନାୟକ BCCIର ଅଧ୍ୟକ୍ଷ ହେବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ପ୍ରଥମେ ସୂଚନା ଦେଇଥିଲେ। ସେ ଜଣାଇଛନ୍ତି ଯେ ମିଥୁନଙ୍କୁ ଆନୁଷ୍ଠାନିକ ଭାବେ BCCIର ଅଧ୍ୟକ୍ଷ କରାଯାଇଛି। ଜମ୍ମୁ-କାଶ୍ମୀରରେ ଜନ୍ମଗ୍ରହଣ କରିଥିବା ମିଥୁନଙ୍କ ନାମ ପୂର୍ବରୁ ହିଁ ଆଲୋଚନାରେ ଥିଲା। କେବଳ ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ରହିଥିଲା। ୨୮ ସେପ୍ଟେମ୍ବରରେ ହେବାକୁ ଥିବା AGMରେ ତାଙ୍କ ନାମର ଘୋଷଣା ହୋଇପାରେ ବୋଲି କୁହାଯାଉଥିଲା। ଏବେ ଠିକ ସେହିପରି ଘଟିଛି।

BCCIର ଅଧ୍ୟକ୍ଷ ହେଉଥିବା ମିଥୁନ ତୃତୀୟ କ୍ରିକେଟର। ତାଙ୍କ ପୂର୍ବରୁ ସୋରଭ ଗାଙ୍ଗୁଲି ଏବଂ ରୋଜର୍‌ ବିନ୍ନୀ ଏହି ପଦରେ ରହିଥିଲେ। ମିଥୁନ ରୋଜର୍‌ ବିନ୍ନୀଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କୁ ବୟସାଧିକ ଯୋଗୁ ପଦ ଛାଡ଼ିବାକୁ ପଡ଼ିଥିଲା। ଏବେ ମିଥୁନଙ୍କ ନିଯୁକ୍ତି ପରେ ପ୍ରଥମ ଥର ଲାଗି ଜଣେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିବା କ୍ରିକେଟରଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି।

BCCIର ନୂଆ ଅଧ୍ୟକ୍ଷ ହୋଇଥିବା ମିଥୁନ ପୂର୍ବରୁ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏଶନରେ ଆଡମିନିଷ୍ଟ୍ରେଟର୍‌ ଭାବେ କାର୍ଯ୍ୟ କରିଛନ୍ତି।ସେହି ପୂର୍ବରୁ ସେ ଦିଲିପ ଟ୍ରଫିରେ ନର୍ଥ ଜୋନ ପାଇଁ କନ୍‌ଭେନର ଭୂମିକା ମଧ୍ୟ ନିର୍ବାହ କରିଛନ୍ତି। ମିଥୁନ IPLରେ ମଧ୍ୟ ନିଜର ଅବଦାନ ଦେଇଛନ୍ତି, ଯେଉଁଠାରେ ସେ IPL ଫ୍ରାଞ୍ଚାଇଜି ଗୁଜରାଟ ଟାଇଟାନ୍ସ ସପୋର୍ଟ ଷ୍ଟାଫ ରହିଥିଲେ।

Leave A Reply

Your email address will not be published.