ପ୍ରଚଣ୍ଡ ତାତିରେ ବି କମ୍ବଳ ବାଣ୍ଟିଲେ ବିଧାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଅସହ୍ୟ ହୋଇପଡ଼ିଛି ଲୋକଙ୍କ ଜାବନଧାରଣ । ହେଲେ ଏପରି ପରିସ୍ତିତିରେ ପ୍ରଚଣ୍ଡ ସତ୍ତ୍ବେ ଅସହାୟ ଲୋକଙ୍କୁ କମ୍ବଳ ବାଣ୍ଟିଛନ୍ତି ଜଣେ ବିଧାୟକ । ଜନପ୍ରତିନିଧିଙ୍କ ଏପରି ସେବା ମନୋଭାବ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ। ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍‌ ୱେଭ୍‌ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏପରିକି ଖରା ସମୟରେ ଘରୁ  ନବାହାରିବା ପାଇଁ ପଶ୍ଚିମବଙ୍ଗ ପାଣିପାଗ ବିଭାଗ କହିଛି। ସବୁଦିନ ପାରଦ ୪୦ ଡିଗ୍ରି ଉପରେ ରହୁଛି। ଏଭଳି ସ୍ଥିତିରେ ଜଣେ ଟିଏମ୍‌ସି ବିଧାୟକ କମ୍ବଳ ବାଣ୍ଟିବା ସମସ୍ତଙ୍କୁ ଚକିତ କରିଛି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କରିମପୁର ଅଞ୍ଚଳରେ କିଛି ଲୋକ ଏକାଠି ହୋଇଛନ୍ତି। ସେଠି ବିଧାୟକ ଜଣ ଜଣ କରି କମ୍ବଳ ବାଣ୍ଟୁଛନ୍ତି।

କମ୍ବଳ ନେବାକୁ ଆସିଥିବା ଗରିବ ଓ ଅସହାୟ ଲୋକେ ବିଧାୟକଙ୍କୁ ନମସ୍କାର କରି ଗ୍ରହଣ କରୁଛନ୍ତି। ଯେତେବେଳେ ଲୋକେ ଗରମରେ ଛାଟିପିଟି ହେଉଛନ୍ତି ସେତେବେଳେ କମ୍ବଳ ବଣ୍ଟାକୁ ଅନେକ ସମାଲୋଚନାର ସାମନା କରିବାକୁ ପଡିଛି।   ଏହି ଭିଡିଓକୁ ସନାତନୀ ଠାକୁର ନାମକ ଜଣେ ବଙ୍ଗ ମହିଳା ଟ୍ୱିଟରରେ ସେୟାର କରିଛନ୍ତି। ତାପମାତ୍ରା ୪୩ ଡିଗ୍ରୀ ହୋଇଥିବା ବେଳେ କମ୍ବଳ ବାଣ୍ଟିଛନ୍ତି କରିମପୁରର ବିଧାୟକ ବିମଳେନ୍ଦୁ ସିଂ ରାୟ ବୋଲି ସେ କ୍ୟାପସନ୍‌ରେ ଲେଖିଛନ୍ତି।

https://twitter.com/SanggitaT/status/1648754521114574848?s=20

Leave A Reply

Your email address will not be published.