କଟକରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଗଲା ମୋ ବସ୍।  ଆଜି କଟକର ସିଡିଏ ସେକ୍ଟର-9 ଅଞ୍ଚଳରେ ଏକ ମୋ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି ।  ବସ୍‌ରେ ଥିବା ଯାତ୍ରୀମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ହେଲେ ନିଆଁ ଲାଗି ବସ୍‌ଟି ଜଳିଯାଇଛି |

ସୂଚନା ମୁତାବକ,  ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲା। ପରେ ବସ୍‌ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ରାସ୍ତା ଉପରେ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ହେଲେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଏହି ବସର ନଂ ହେଉଛି OD 05 T 7041  । ଏହା ପୁରୀରୁ କଟକ ଆସୁଥିବାବେଳେ ସିଡିଏ ସେକ୍ଟର 9 ଅଞ୍ଚଳରେ ନିଆଁ ଲାଗିଯାଇଥିଲା  । ଏଥିରେ କାହାର କିଛି କ୍ଷତି ହୋଇନଥିଲେ ହେଁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

Leave A Reply

Your email address will not be published.