ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କୁନୋ ଜାତୀୟ ଉଦ୍ୟାନରେ ଲଗାତର ଭାବେ ଚିତାମାନଙ୍କ ମୃତ୍ୟୁ ହେବାରେ ଲାଗିଛି । ଫେଲ୍ ମାରିଛି କେନ୍ଦ୍ର ସରକାରଙ୍କ ଚିତା ପ୍ରକଳ୍ପ । ଗତ ୧୦ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ୮ଟି ଚିତା ମୃତ୍ୟୁ ଘଟଣା କୁନୋ ଜାତୀୟ ଉଦ୍ୟାନରେ ଚିତା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଏକ ବୈଠକ ଡକାଇଛନ୍ତି । ସେ କୁନୋରେ ଚିତାମାନଙ୍କର ସ୍ଥିତି ସମୀକ୍ଷା କରିବେ ।
ଚିତାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟପ୍ରଦେଶର ଶିଓପୁରସ୍ଥିତ କୁନୋ ପାଲପୁର ଜାତୀୟ ଉଦ୍ୟାନକୁ ବାଛିଥିଲେ। କିନ୍ତୁ ବ୍ୟାପକ ବ୍ୟବସ୍ଥା ସତ୍ତ୍ୱେ ଚିତାମାନେ ସୁରକ୍ଷିତ ନୁହଁନ୍ତି । ଗତ ଏକ ମାସ ମଧ୍ୟରେ ହିଁ ୨ଟି ଚିତା ମୃତ୍ୟୁବରଣ କରିଛନ୍ତି । ସେପଟେ କେନ୍ଦ୍ର ସରକାର ୫ ଜଣିଆ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ତାହାକୁ କୁନୋ ପଠାଇଛନ୍ତି ।