ଓଡ଼ିଶାର ଶେଷପ୍ରାନ୍ତ ପର୍ଯ୍ୟନ୍ତ ନିଆଯିବ ମୋଦି ସରକାରଙ୍କର ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବାରମ୍ବାର ଆକ୍ରମଣ ପ୍ରସଙ୍ଗ, ସର୍ବଦଳୀୟ ବୈଠକରେ ନିଷ୍ପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନରେନ୍ଦ୍ର ମୋଦି ନେତୃତ୍ୱାଧିନ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ଲଗାତର ଭାବରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି । ବିରୋଧି ଦଳ ନେତାମାନଙ୍କର ସ୍ୱରକୁ ଚାପିଦେବା ପାଇଁ ବିଜେପି ସରକାର ନିରନ୍ତର ଉଦ୍ୟମ ଜାରିରଖିଛି । ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଂଚାଇବା ନିମନ୍ତେ ଆଜି କଂଗ୍ରେସ ଦଳ ସମେତ ରାଜ୍ୟର ୧୧ଟି ରାଜନୈତିକ ଦଳ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ଶାସନ କାଳରେ ଦେଶ ଓ ଦେଶର ଆଜି ଘୋର ସଂକଟାପନ୍ନ ସ୍ଥିତିରେ ଅଛନ୍ତି । ଗଣତନ୍ତ୍ର ଓ ଭାରତବର୍ଷର ସମ୍ବିଧାନକୁ ସମୁମୂଲ୍ୟ ଦେଇ ରକ୍ଷା କରାଯିବ ବୋଲି ସର୍ବଦଳୀୟ ବୈଠକରେ ନେତୃବୃନ୍ଦମାନେ ଦୃଢ଼ ନିଷ୍ପତି ନେଇଥିଲେ । ବିଜେପି ଏବଂ ଆଦାନୀ ମଧ୍ୟରେ ସଂପର୍କ କଣ ଓ ଆଦାନୀ ସଂପତି ୨୦ ହଜାର କୋଟି କେଉଁଠୁ ଆସିଲା ବୋଲି ଶ୍ରୀ ରାହୁଲ ଗାନ୍ଧୀ ଉତ୍‌ଥାପନ କରିବାକୁ ଚାହିଁଥିଲେ କିନ୍ତୁ ତାଙ୍କୁ ଉତଥାପନ କରିବାର ସୁଯୋଗ ଦିଆନିଯବା ସହିତ ସଭ୍ୟ ରଦ୍ଦ କରିଦିଆଗଲା । ଏହି ଘଟଣାକୁ ବିରୋଧି ଦଳର ନେତୃବୃନ୍ଦମାନେ ଘୋର ନିନ୍ଦା କରିବା ସହ ଆଗାମୀ ଦିନରେ ମୋଦି ଏବଂ ଆଦାନୀଙ୍କ ଅସଲ ଚେହେରା ଖୋଲିଦେବା

ସଂଗେ ସଂଗେ ଭାରତର ସୁରକ୍ଷା ଏବଂ ସମ୍ବିଧାନକୁ ବଂଚାଇବା ପାଇଁ ସମସ୍ତ ରାଜନୈତିକ ଦଳ ଗୋଟିଏ ମଂଚରେ ରାଜ୍ୟର ୫ଟି ମୁଖ୍ୟ ସ୍ଥାନମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ସଭା ଓ ଜନଆନ୍ଦୋଳନ କରିବାର ନିଷ୍ପତି ନିଆଯାଇଛି । ପରବର୍ତୀ ପର୍ଯ୍ୟାୟରେ ଏ ଆନ୍ଦୋଳନକୁ ପ୍ରତ୍ୟେକ ପଂଚାୟତ ସ୍ତରକୁ ନିଆଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ମାସ ୧୪ ତାରିଖ ଆମ୍ବେଦକର ଜୟନ୍ତୀରୁ ଆରମ୍ଭ ହେବ । ଏଥିପାଇଁ ସର୍ବଦଳୀୟ ନେତୃବର୍ଗ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରି ପରବର୍ତୀ କାର୍ଯ୍ୟସୂଚୀ ପାଇଁ ନୀତି ଓ ନିଷ୍ପତି ନେବେ ।

ଆଜିର ଏହି ବୈଠକରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ସିପିଆଇ, ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେର୍ଡଷ୍ଟାର), ଏନସିପି, ସମାଜବାଦିପାର୍ଟି, ଆରଜେଡି, ଆମଆଦିମପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇର ଶିର୍ଷ ନେତୃବୃନ୍ଦ ଓ କର୍ମକର୍ତା ସର୍ବଶ୍ରୀ ଅଭୟ ସାହୁ, ଆଶିଶ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସୁର ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରମିଳା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି, କଂଗ୍ରେସ ଦଳର ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଡ. ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ ।

Leave A Reply

Your email address will not be published.