ମନ୍‌ କି ବାତ୍‌ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ପ୍ରଶଂସା

0

ଓଡ଼ିଆ ନ୍ୟୁଜ୍: ମନ୍‌ କି ବାତ୍‌ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଶ୍ରୀନଗରରେ ଆୟୋଜିତ ୱାଟର ସ୍ପୋର୍ଟସରେ ଭାଗ ନେଇଥିବା ରଶ୍ମିତାଙ୍କୁ ପ୍ରଶଂସା କଲେ। ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ୨ଟି ସ୍ବର୍ଣ୍ଣ ପଦକ ପାଇଁ ବଧାଇ ଜଣାଇଲେ।କିପରି କ୍ରୀଡ଼ା ଜୀବନ ଆରମ୍ଭ କଲେ, କଣ ସଂଘର୍ଷ ଥିଲା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ। ସଂଘର୍ଷ ସତ୍ତ୍ବେ ଖେଳକୁ ନ ଛାଡ଼ି ଜାରି ରଖିବାକୁ ପରାମର୍ଶ ଦେଲେ ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍‌ର ୧୨୫ତମ ଏପିସୋଡରେ ଜାତୀୟ ଏକତା ଏବଂ ପ୍ରଗତିରେ କ୍ରୀଡାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର କାନୋଇଂ ଚାମ୍ପିଅନ ରଶ୍ମିତା ସାହୁଙ୍କ ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ।ପ୍ରଧାନମନ୍ତ୍ରୀ ରାଶ୍ମିତାଙ୍କ ଯାତ୍ରା, ଶ୍ରୀନଗରରେ ସମ୍ପ୍ରତି ଅନୁଷ୍ଠିତ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ତାଙ୍କର ବିଜୟ ଏବଂ ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବା ପାଇଁ ରଶ୍ମିତାଙ୍କର ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଥିଲେ।

ମନ୍ କି ବାତ୍‌ର ଅନ୍ୟତମ ଆକର୍ଷଣ ଥିଲା ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ଯୁବ ଖେଳାଳି ରଶ୍ମିତା ସାହୁଙ୍କ ଆଲୋଚନା। ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଖେଳୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବରେ ସ୍ୱର୍ଣ୍ଣ ପଦକ ଜିତିଥିବା ରସ୍ମିତା ସାହୁଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.