ଆଜି ମୋଦି-ନବୀନ ଭେଟ, କ’ଣ ହେବ ଆଲୋଚନା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବୁଧବାର ସନ୍ଧ୍ୟାରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଗତକାଲି ହେଲେ ସେ ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀର ସରକାରୀ ବାସଭବନରେ ମୋଦି-ନବୀନ ଭେଟଘାଟର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪.୩୦ମିନିଟ ସମୟରେ ଉଭୟ ନେତା ସାକ୍ଷାତକାର କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । ଦୁଇ ଦିନ ତଳେ ନବୀନଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରା ।

ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମୋଦିଙ୍କୁ ସାକ୍ଷାତ କରୁଛନ୍ତି ନବୀନ ପଟ୍ଟନାୟକ । ଏବେ ମୋଦିଙ୍କ ସହ ଆଲୋଚନାକୁ ନେଇ ଅନେକ ଚର୍ଚ୍ଚା ହେଉଛିା
୨୦୨୪ ନିର୍ବାଚନ ନେଇ ମୋଦି- ନବୀନଙ୍କ ମଧ୍ୟରେ କିଛି ଆଲୋଚନା ହେବ ବୋଲି ଆନେକ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

୨୪ ନିର୍ବାଚନ ପୂର୍ବରୁ ମୋଦି-ନବୀନଙ୍କ ସାକ୍ଷାତ ବେଶ୍‌ ଗୁରୁତ୍ୱବହନ କରୁଛି । ଆଜିର ଆଲୋଚନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ବି ଆଲୋଚନା କରିପାରନ୍ତିା ମୁଖ୍ୟମନ୍ତ୍ରୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସୂଚନାଯୋଗ୍ୟ, ଦୁଇ ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ବେଳେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭେଟିବା ପରେ ନବୀନ ଦିଲ୍ଲୀରେ ମୋଦିଙ୍କୁ ଭେଟିବା ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ଏହି ଗସ୍ତ ସମୟରେ ସଡିଶାର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ସେ ସମୀକ୍ଷା କରିବେ ବୋଲି ଜଣାପଡିଛି । ୧୩ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓଡିଶା ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.