ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଅଷ୍ଟ୍ରେଲିଆର ସିଡନୀରେ ପ୍ରବାସୀ ଭାରତୀୟଙ୍କ ଏକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଯେତେବେଳେ ମୁଁ ୨୦୧୪ରେ ଆସିଥିଲି, ମୁଁ ଆପଣଙ୍କୁ ଏକ ପ୍ରତିଶୃତି ଦେଇଥିଲି ଯେ ଆପଣଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ।
ଆଜି ସିଡନୀରେ, ଏହି ମଞ୍ଚରେ, ମୁଁ ପୁନର୍ବାର ଉପସ୍ଥିତ ଅଛି ଏବଂ ମୁଁ ଏକୁଟିଆ ଆସି ନାହିଁ। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ମଧ୍ୟ ମୋ ସହିତ ଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ପହଞ୍ଚିଥିଲେ |ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିକଟରେ ଯେତେବେଳେ ତୁର୍କୀରେ ଭୂକମ୍ପଜନିତ କ୍ଷୟକ୍ଷତି ହୋଇଥିଲା, ସେତେବେଳେ ଭାରତ ‘ଅପରେସନ୍ ଦୋସ୍ତ’ ମାଧ୍ୟମରେ ସାହାଯ୍ୟର ହାତ ବଢ଼ାଇଥିଲା । ଭାରତର ଆଧାର ଓ ଲକ୍ଷ୍ୟ ହେଉଛି ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ । ଆଗାମୀ ସମୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିମାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇବ। ଆଜି, ଯେତେବେଳେ ମୁଁ ଆପଣମାନଙ୍କ ପାଖକୁ ଆସିଛି, ମୁଁ ମଧ୍ୟ ଘୋଷଣା କରୁଛି ଯେ ବ୍ରିସବେନରେ ଭାରତର ଏକ ନୂତନ କନସୁଲେଟ୍ ଖୋଲାଯିବ। ଆପଣ ସମସ୍ତେ ଅଷ୍ଟ୍ରେଲିଆରେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ।
ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଯେତେବେଳେ ଆପଣ ଭାରତ ଆସିବେ ଅତିକମରେ ଜଣେ ଅଷ୍ଟ୍ରେଲୀୟ ବନ୍ଧୁ ଏବଂ ତାଙ୍କ ପରିବାରଙ୍କୁ ସାଥିରେ ଆଣି ଆସନ୍ତୁ । ଯାହାକି ସେମାନଙ୍କୁ ଭାରତ ବାବଦରେ ଜାଣିବା ଏବଂ ବୁଝିବାର ସୁଯୋଗ ଦେବ ।