ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକମାନଙ୍କୁ ଅଭିବାଦନ ଜଣାଇଲେ ମୋଦୀ, ବାଜପେୟୀଙ୍କୁ ମନେ ପକାଇ କିଛି ଏଭଳି କହିଲେ
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକମାନଙ୍କୁ ପୋଖରାନ୍ ପରମାଣୁ ପରୀକ୍ଷଣର ବାର୍ଷିକୀ ପାଳନ ପାଇଁ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ସ୍ମରଣ କରିଥିଲେ ଏବଂ ତାଙ୍କର ରାଜନୈତିକ ସାହସକୁ ପ୍ରଶଂସା କରିଥିଲେ।
ମୋଦୀ ଟୁଇଟ୍ କରି କହିଛନ୍ତି ଯେ, “ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଆମେ ଆମର ଉଲ୍ଲେଖନୀୟ ବୈଜ୍ଞାନିକ ତଥା ସେମାନଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଉଛୁ। ସେମାନଙ୍କର ଉଦ୍ୟମ ଆମକୁ ୧୯୯୮ ରେ ପୋଖରାନ୍ ଆଣବିକ ପରୀକ୍ଷଣର ସଫଳତା ପାଇଁ ଆଗେଇ ନେଇଛି।” ସେ କହିଛନ୍ତି ଯେ ଅଟାଳ ଜିଙ୍କ ଦକ୍ଷ ନେତୃତ୍ୱକୁ ମଧ୍ୟ ଆମେ ଗର୍ବର ସହିତ ମନେ ରଖିଛୁ, ଯିଏ ଉଲ୍ଲେଖନୀୟ ରାଜନୈତିକ ସାହସ ଏବଂ ରାଜନୈତିକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ।
ସୂଚନା ଥାଉକି ୧୯୯୯ ମସିହାରୁ ଭାରତର ବୈଜ୍ଞାନିକ ପ୍ରବୃତ୍ତି ଏବଂ ବୈଷୟିକ ପ୍ରଗତିକୁ ଚିହ୍ନିତ କରିବା ପାଇଁ ୧୧ ମଇ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବରେ ପାଳନ କରାଯାଏ | ୧୯୯୮ ମସିହାରେ ଏହି ଦିନ ଭାରତ ବାଜପେୟୀଙ୍କ ନେତୃତ୍ୱରେ ପୋଖରାନରେ ପାଞ୍ଚଟି ଆଣବିକ ପରୀକ୍ଷଣ କରିଥିଲା। ଏହି ସଫଳତା ହାସଲ କରି ଭାରତ ପରମାଣୁ ସମୃଦ୍ଧ ଦେଶମାନଙ୍କରେ ଯୋଗଦେବା ପାଇଁ ଷଷ୍ଠ ଦେଶ ହେଲା | ଭାରତ ମଧ୍ୟ ଏହି ଦିନ ସ୍ୱଦେଶୀ ନିର୍ମିତ ହନ୍ସ-୩ ବିମାନ ଏବଂ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ତ୍ରିଶୁଲ’କୁ ସଫଳତାର ସହ ପରୀକ୍ଷଣ କରିଥିଲା, ଯାହା ଦେଶ ପାଇଁ ଏକ ରେକର୍ଡ ବୋଲି ପ୍ରମାଣିତ ହୋଇଥିଲା। ଏହି ପରୀକ୍ଷଣ ସହିତ ଭାରତ ସମଗ୍ର ବିଶ୍ୱକୁ ନିଜର ଶକ୍ତି ପ୍ରଦର୍ଶନ କରିଛି।