ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୨୪ରେ କେନ୍ଦ୍ରରେ କିଏ କରିବ ସରକାର? ବିଜେପି ନା ଆଉ କିଏ? ଯଦି ବିଜେପି କେନ୍ଦ୍ରରେ କ୍ଷମତା ଦଖଲ କରେ ତେବେ କିଏ ହେବେ ପ୍ରଧାନମନ୍ତ୍ରୀ? ଏନେଇ ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି । ଏହାରି ଭିତରେ ଖବର ମିଳିଛି, ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ । ଇଣ୍ଡିଆ ଟୁଡେର ମୁଡ ଅଫ୍ ଦ ନେସନ ସର୍ଭେରେ ମୋଦୀଙ୍କୁ ଅଧିକ ସମର୍ଥନ ମିଳିଛି । ଦେଶର ୫୨ ପ୍ରତିଶତ ଲୋକେ ଚାହୁଁଛନ୍ତି ମୋଦୀ ହୁଅନ୍ତୁ ପ୍ରଧାନମନ୍ତ୍ରୀ । ୬୩ ପ୍ରତିଶତ ଲୋକେ ମୋଦୀଙ୍କ କାର୍ୟ୍ୟରେ ସନ୍ତୁଷ୍ଟ ଅଛନ୍ତି । ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ୫୦ ପ୍ରତିଶତରୁ ଅଧିକ ଲୋକେ ଚାହୁଁଛନ୍ତି । ୧୩ ପ୍ରତିଶତ ଲୋକେ ମୋଦୀଙ୍କ ପଦର୍ଶନ ହାରାହାରି ରହିଛି ବୋଲି ମତ ଦେଇଛନ୍ତି । ୨୨ ପ୍ରତିଶତ ଲୋକେ ମୋଦୀଙ୍କ ପଦର୍ଶନ ଦୁର୍ବଳ ଥିବା ନେଇ କହିଛନ୍ତି ।
ତେବେ ୪୪ ପ୍ରତିଶତ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ୨୦୨୪ ରେ ବିଜେପିକୁ ଭୋଟ ଦେବାକୁ କହିଛନ୍ତି । ବିଜେପି ସରକାରଙ୍କୁ ଭୋଟ ଦେବାର ଦ୍ବିତୀୟ ଓ ତୃତୀୟ ବଡ଼ କାରଣ ହେଲା ଯଥାକ୍ରମେ ବିକାଶ ଏବଂ ହିନ୍ଦୁତ୍ବ। ବିକାଶ ପାଇଁ ୨୨ ପ୍ରତିଶତ ଏବଂ ହିନ୍ଦୁତ୍ବ ପାଇଁ ୧୪ ପ୍ରତିଶତ ଲୋକ ବିଜେପିକୁ ଭୋଟ ଦେବେ ବୋଲି ସର୍ଭେରେ କୁହାଯାଇଛି ।