ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋଦି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ସଂସଦର ଆରମ୍ଭ ହୋଇଛି । ଏହାପୂର୍ବରୁ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ। ମଙ୍ଗଳବାର ଦିନ ବେଙ୍ଗାଲୁରୁରୁ ଆସୁଥିବା ବେଳେ ବିମାନ ଜରୁରୀ ଅବତରଣ କରିବା ଯୋଗୁଁ ତାଙ୍କର କିଛି ଅସୁବିଧା ହୋଇଥିଲା କି, ନାହିଁ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ।

ସୋନିଆ ଗାନ୍ଧୀ କହିଲେ ଯେ, ସେ ଭଲ ଅଛନ୍ତି। ସ୍ମରଣଯୋଗ୍ୟ, ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କର ବିଶାଳ ସମାବେଶ ଶେଷ ହେବା ପରେ ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀ ଗୋଟାଏ ଚାର୍ଟର୍‌ ବିମାନରେ ଦିଲ୍ଲୀ ଫେରୁଥିବା ବେଳେ ଖରାପ ପାଗ ଯୋଗୁଁ ତାହା ଜରୁରୀ ଅବତରଣ କରିଥିଲା।

Leave A Reply

Your email address will not be published.