ବିଶ୍ୱର ଦ୍ୱିତୀୟ ଉଚ୍ଚତମ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

0

ଶନିବାର ହାଇଦ୍ରାବାଦରେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଏକାଦଶ ଶତାବ୍ଦୀର ଭକ୍ତି ଶାଖା ସାଧୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ୨୧୬ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର’ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ବସିଥିବା ଅବସ୍ଥାରେ ଦୁନିଆର ଦ୍ୱିତୀୟ ବୃହତ୍ତମ ପ୍ରତିମୂର୍ତ୍ତି । ଅନ୍ୟପକ୍ଷରେ ହାଇଦ୍ରାବାଦର ସୀମାରେ ଥିବା ଶ୍ୟାମଶାବାଦ ଠାରେ ୪୫ ଏକର ବିଶିଷ୍ଟ ଏକ ବିଶାଳ ମନ୍ଦିର ପରିସରରେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ଏହି ମହାନ ମନ୍ଦିରର ନିର୍ମାଣ ୨୦୧୪ ରେ ଆରମ୍ଭ ହୋଇଥିଲା | ଏହି ପ୍ରତିମୂର୍ତ୍ତି ମିଶ୍ରିତ ପଞ୍ଚଲୋହାରୁ ନିର୍ମିତ | ଏହି ପାଞ୍ଚଟି ଧାତୁରେ ସୁନା, ରୂପା, ତମ୍ବା, ପିତ୍ତଳ ଏବଂ ଜିଙ୍କ ବ୍ୟବହାର କରାଯାଇଛି | ଏହି ପ୍ରତିମୂର୍ତ୍ତିକୁ ୬୪ ଫୁଟ ଉଚ୍ଚରେ ସ୍ଥାପନ କରାଯାଇଛି। ଏହି ସ୍ଥାନକୁ ଭଦ୍ରା ବେଦୀ ନାମରେ ନାମିତ କରାଯାଇଛି। ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପାଟନାଚେରୁଠାରେ ଥିବା ଆନ୍ତର୍ଜାତୀୟ କ୍ରପ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ଅନୁଷ୍ଠାନର ୫୦ ତମ ବାର୍ଷିକ ଉତ୍ସବକୁ ଉଦଘାଟନ କରିବେ।

 

Leave A Reply

Your email address will not be published.