ବିଭିନ୍ନ ଖବରକାଗଜରେ ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍‌ ଯୁଦ୍ଧ ଓ ନାରାବାଜୀ।  ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି। ମହାରାଷ୍ଟ୍ରର ଖବରକାଗଜରେ ଏହି ସ୍ଲୋଗାନ ସହ ଜଡିତ ଏକ ବିଜ୍ଞାପନ ମଧ୍ୟ ସୋମବାର ବିଜେପି ପ୍ରକାଶ କରିଛି।

ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। ତେବେ ସୂଚନା ମୁତାବକ, ମୋଦିଙ୍କ ଏହି ନାରାକୁ କଂଗ୍ରେସ ଓ କିଛି ବିରୋଧୀ ଦଳ ବିରୋଧ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଭୟ ଏବଂ ଅସୁରକ୍ଷିତତାର ଫାଇଦା ଉଠାଇବାକୁ ଚାହୁଁଛି, ଯାହା ସାମାଜିକ ଧ୍ରୁବିକରଣକୁ ଆହୁରି ଗଭୀର କରିପାରେ। ନିକଟରେ ମହାରାଷ୍ଟ୍ରର ଧୁଲେରେ ହୋଇଥିବା ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଦଳର ଏକମାତ୍ର ଏଜେଣ୍ଡା ହେଉଛି ଗୋଟିଏ ଜାତି, ଧର୍ମ ବା ସଂପ୍ରଦାୟକୁ ଅନ୍ୟଟି ବିରୋଧରେ ଉସୁକାଇବା।

ଦେଶରେ ବିଭାଜନକୁ ବିରୋଧ କରି ବିଜେପି ଏହି ‘ଏକ୍‌ ହେ ତୋ ସେଫ୍‌ ହେ’ ବା ଏକତା ହିଁ ନିରାପତ୍ତା ଶୀର୍ଷକକୁ ତାହାର ମୁଖ୍ୟ ନିର୍ବାଚନ ପ୍ରଚାର ସ୍ଲୋଗାନ ଭାବେ ପ୍ରୟୋଗ କରୁଛି। ପ୍ରଧାନମନ୍ତ୍ରୀ ଆହୁରି ବି ଅଭିଯୋଗ ଆଣି କହିଛନ୍ତି ଯେ ‘‘କଂଗ୍ରେସ ଚାହୁଁନାହିଁ ଯେ ଅନୁସୂଚୀତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକ ଉଚିତ ପରିଚୟ ନପାଆନ୍ତୁ

Comments are closed.