ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦୀଙ୍କ କଡ଼ା ଯବାବ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ୭୭ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆଜି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଲାଲକିଲ୍ଲାରୁ ଦେଶବାସୀଙ୍କୁ ୧୦ମ ଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୯୦ ମିନିଟର ଭାଷଣରେ , ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦୀ । କେବଳ ଏତିକି ନୁହେଁ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୁଦ୍ଧା ଦେଶ ବିଶ୍ୱର ୫ମ ଅର୍ଥଶକ୍ତି ହୋଇପାରିଛି ଏବଂ ଆଗାମୀ ୫ ବର୍ଷରେ ଭାରତ ବିଶ୍ୱର ତୃତୀୟ ଅର୍ଥଶକ୍ତି ଭାବେ ଉଭା ହେବ ।

ସବୁଠାରୁ ବଡ କଥା ହେଉଛି ଲାଲକିଲ୍ଲାରୁ ମୋଦୀ କରିଛନ୍ତି ବଡ ଘୋଷଣା । କହିଛନ୍ତି, ଆସନ୍ତା ୪ ବର୍ଷରେ ମଧ୍ୟ ସେ ହିଁ ଏହି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବେ । ଗତକାଲି ବିରୋଧୀ ମୋଦୀଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ଆଜି ଲାଲକିଲ୍ଲାରୁ ଏହାର କଡ଼ା ଯବାବ ଦେଇଛନ୍ତି ମୋଦୀ ।

 

Leave A Reply

Your email address will not be published.