ମୋକିମଙ୍କ ରୁଦ୍ଧଦ୍ଵାର ବୈଠକ

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ରୁଦ୍ଧଦ୍ଵାର ବୈଠକ।ଯାଜପୁର କୁଆଖିଆ ଠାରେ କିଛି ନେତାଙ୍କୁ ନେଇ ରୁଦ୍ଧଦ୍ବାର ବୈଠକ।ନୂଆଦଳ ଗଢ଼ିବା ଚର୍ଚ୍ଚା ଭିତରେ ବୈଠକକୁ ନେଇ ଆଶା ଆଶଙ୍କା। ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ସାମିଲ ହୋଇଛନ୍ତି। ନିକଟରେ ମୋକିମ ନିଜର ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସ ଦଳ ଭିତରେ ସମାଲୋଚନାର ପାତ୍ର ହୋଇଥିଲେ। ଯାହାକୁ ନେଇ ତାଙ୍କୁ ଏଆଇସିସି ଦ୍ୱାରା ଦଳରୁ ବହିଷ୍କାର କରାଯାଇଥିଲା।

ଆଜି ଯାଜପୁରରେ ହଠାତ୍‌ ବନ୍ଧୁମିଳନ ନାଁରେ ନିଜ ଆନୁଗତ୍ୟମାନଙ୍କୁ ଏକାଠି କରିବାକୁ ଏନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ତେବେ ଏହା ପଛରେ କ’ଣ ରହିଛି ରହସ୍ୟ ଓ ଆଭିମୁଖ୍ୟ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହି ବନ୍ଧୁମିଳନ ପର୍ବରେ କଂଗ୍ରେସର ଅନେକ ଆଗ ଧାଡ଼ିର ନେତା ଓ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ସେ ଏକ ନୂଆ ଆଞ୍ଚଳିକ ଦଳ ଗଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ତାଙ୍କ ପ୍ରତି ଦଳୀୟ କର୍ମୀଙ୍କ ଭଲପାଇବା ଓ ବିଶ୍ୱସନୀୟତା ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.