ଓଡ଼ିଆ ନ୍ୟୁଜ୍: ଶଙ୍ଖ ଭବନରେ ଚାଲିଛି ବିଜେଡି ମହିଳା ନେତ୍ରୀଙ୍କ ବୈଠକ। ଶଙ୍ଖ ଭବନରେ ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ। ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି।
ଅନ୍ୟପକ୍ଷେ, ଏହି ବୈଠକ କାହାପାଇଁ ବସିଛି। କେଉଁ ବିଷୟରେ ଆଲୋଚନା ହୋଇଛି। ତାହା ସ୍ପଷ୍ଟ ହୋଇ ନ ଥିଲା ବେଳେ ଶ୍ରୀମୟୀଙ୍କ ତେରଛା ବାଣ ନେତ୍ରୀଙ୍କୁ ଅତିଷ୍ଠ କରି ପକାଇଥିବା ଚର୍ଚ୍ଚା ହେଉଛି।ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସମାଲୋଚନା କରୁଛନ୍ତି।