ସୁଜାତା ଏଣ୍ଟ୍ରି, ସ୍ନେହାଙ୍ଗିନୀଙ୍କ ଆୟୋଜନ

0

ଓଡ଼ିଆ ନ୍ୟୁଜ୍: ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନିଶାନା।ସୋସିଆଲ ମିଡିଆରେ ଟାର୍ଗେଟ୍‌ କଲେ ଶ୍ରୀମୟୀ ମିଶ୍ର।ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ୍‌ କଲେ ଶ୍ରୀମୟୀ। ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ।‘ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ’ ଲେଖିଲେ।କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା।ଲବି ନେଇ ଶ୍ରୀମୟୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ନେହାଙ୍ଗିନୀ ଛୁରିଆ। ଆଜି ଶଙ୍ଖ ଭବନରେ ମହିଳା ଶାଖାର ବୈଠକ ଅଛି କହିଲେ ସ୍ନେହାଙ୍ଗିନୀ।

ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସମାଲୋଚନା କରୁଛନ୍ତି। ଏବେ ସେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ଟାର୍ଗେଟ୍‌ କରିଛନ୍ତି। ସୋସିଆଲ ମିଡିଆରେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ସମାଲୋଚନା କରିଛନ୍ତି ଶ୍ରୀମୟୀ।

ସେ କବିତା ମାଧ୍ୟମରେ ଲେଖିଛନ୍ତି, ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ। ମୁଖିଆଙ୍କୁ ମନାଇବାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। କ୍ଷମତା ଲୋଭ ଯାହାକୁ ଗ୍ରାସିଛି, ସେ ତା’ ଅଭିଳାଷା ଆଦୌ ଛାଡ଼ିବେ ନାହିଁ। କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା ହେଉଛି। ଲବି ନେଇ ଶ୍ରୀମୟୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ଆଜି ଶଙ୍ଖ ଭବନରେ ମହିଳା ଶାଖାର ବୈଠକ ଅଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.