ରତ୍ନଭଣ୍ଡାର: ASI ପକ୍ଷରୁ ସତ୍ୟପାଠ ଦାଖଲ

0

ଓଡ଼ିଆ ନ୍ୟୁଜ୍: ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲା।ASI ପକ୍ଷରୁ ହାଇକୋର୍ଟରେ ଦାଖଲ କରାଗଲା ସତ୍ୟପାଠ।ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଥିବା ସତ୍ୟପାଠରେ ଉଲ୍ଲେଖ।ମରାମତି ପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଗଣତି ମଣତି ପାଇଁ SOP ପ୍ରସ୍ତୁତ ହେଉଛି, ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ।କୋର୍ଟଙ୍କୁ ଅବଗତ କଲେ ଆଡ୍‌ଭୋକେଟ ଜେନେରାଲ।

ରତ୍ନଭଣ୍ଡାରର ଆବଶ୍ୟକୀୟ ମରାମତି କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିବା ASI ସତ୍ୟପାଠରେ ଉଲ୍ଲେଖ କରିଛି। ମରାମତି ପରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଛି।ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ପାଇଁ ବର୍ତ୍ତମାନ ସ୍ୱତନ୍ତ୍ର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ବା SOP ପ୍ରସ୍ତୁତ କରାଯାଉଛି। ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

ରାଜ୍ୟର ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମସ୍ତ ବିଷୟ ଏବଂ ଅଗ୍ରଗତି ସମ୍ପର୍କରେ ମାନ୍ୟବର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ସରକାର ଏବଂ ASIର ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟ ସ୍ୱଚ୍ଛତା ସହ ସମ୍ପାଦିତ ହେଉଛି।

Leave A Reply

Your email address will not be published.